jsm

ରାମମନ୍ଦିର ନିର୍ମାଣ ପାଇଁ ଲାଠୋରରେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ

csstore

ଖପରାଖୋଲ୍‌, (କ୍ରିଷ୍ଣା ସେଠି) : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ସକାଶେ ସାର ଭାରତରେ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଲାଠୋର ଗ୍ରାମରେ ମଧ୍ୟ ଆଜିଠାରୁ ନିଧି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଛି ।ଆଜି ସକାଳ ୧୦ଟା ସମୟରେ ଲାଠୋର ସ୍ଥିତ ଶ୍ରୀ ରାମଚନ୍ଦ୍ରଙ୍କର ମନ୍ଦିରରେ ପୂଜାର୍ଚ୍ଚନା ହେବା ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ୍‌ଙ୍କ ନେତୃତ୍ୱରେ ବ୍ୟବସାୟୀ ସୁଭାଷ ଅଗ୍ରୱାଲ୍‌, ଶଙ୍କର ଲାଲ ଅଗ୍ରୱାଲ୍‌, ଗୋବିନ୍ଦ ଅଗ୍ରୱାଲ୍‌,ଶିବ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରବୀଣ ଅଗ୍ରୱାଲ୍‌ କହିଛନ୍ତି ଯେଉଁମାନେ ସ୍ୱଇଚ୍ଛାରେ ରାମମନ୍ଦିର ନିର୍ମାଣ ସକାଶେ ଦାନ ଦେବାକୁ ଚାହୁଁଛନ୍ତି ସେମାନେ ତାଙ୍କ ସହିତ ଯୋଗାଯୋଗ କରିପାରିବେ ।

yuvodaya
Leave A Reply

Your email address will not be published.