csstore

ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କାର୍ଲଲେଣ୍ଡ ଷ୍ଟେନରଙ୍କ ଜନ୍ମ ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରେଡକ୍ରସ ମିଳିତ ଭାବେ ୨୦୦୫ ମସିହାରୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା ସମିତି ପକ୍ଷରୁ ଆଜି କଣ୍ଟାବାଞ୍ଜି ରକ୍ତ ଭଣ୍ଡାର ଠାରେ ବିଶ୍ବ ରକ୍ତଦାତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ସନ୍ତୋଷ ସିଂ ସାଲୁଜା, ବିଧାୟକ, ସଭାପତି ଅଶୋକ କୁମାର ମାଝୀ, ତହସିଲଦାର, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସୋମ୍ୟଶ୍ରୀ ପ୍ରୀତିଦର୍ଶନ ପଣ୍ଡା, ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ଯୋଗ ଦେଇଥିଲେ । ଅଧ୍ୟାପକ ସତ୍ୟବ୍ରତ ମିଶ୍ର ସଭା ପରିଚାଳନା କରିଥିଲେ । ସର୍ବପ୍ରଥମେ ଅତିଥି ମାନେ କାର୍ଲଲେଣ୍ଡ ଷ୍ଟେନରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରିଥିଲେ । ଅତିଥି ମାନେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିବା ଉଚିତ କାରଣ ସେମାନେ ହେଉଛନ୍ତି ଜୀବନଦାତା ବୋଲି ମତବ୍ୟକ୍ତ କରିଥିଲେ । ତାପରେ ୨୦୧୯-୨୦ ଓ ୨୦୨୦-୨୧ ଦୁଇ ବର୍ଷ ଭିତରେ ଆୟୋଜିତ ରକ୍ତ ଶିବିରର ୩୭ଜଣ ଆୟୋଜକଙ୍କୁ ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ସଫଳ କରିବାରେ ରକ୍ତ ଭଣ୍ଡାରର କର୍ମଚାରୀ ଶିବ ପ୍ରସାଦ ସାହୁ, କୁନାଲ ଦାସ, ପ୍ରଶାନ୍ତ ସାହୁ, ସୁନୀତା ଭୋଇ, ଗୁରୁବାରୁ ରଣା, ଦୁର୍ଗା ତାଣ୍ଡି ଆଦି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.