ରକ୍ତଦାନ କରି କିଡନୀ ରୋଗୀଙ୍କ ଜୀବନ ବଞ୍ଚାଇଲେ ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭବାନୀପାଟଣା ମେଡିକାଲରେ ଜଣେ ରୋଗୀଙ୍କୁ ରକ୍ତ ଦରକାର ପଡ଼ିଥିବା ଖବର ପାଇ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗାଁର ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବନ୍ଧକନା ଗାଁର ଡଉଳ ଚନ୍ଦ୍ର ବାଗ (୩୬) କିଡନୀ ରୋଗ ଯୋଗୁଁ ଭବାନୀପାଟଣା ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ବିରଳ ରକ୍ତ ବର୍ଗ ‘ଓ ନେଗେଟିଭ’ ଦରକାର ଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିଲା । ଏହି ଖବର ପାଇ ଦେଓଗାଁ ବ୍ଲକ ସାଲେପାଲି ଗାଁର ଯୁବ ସମାଜସେବୀ ତଥା ପ୍ଲାଟଲେଟ ରକ୍ତଦାତା ନିତ୍ୟାନନ୍ଦ ଷଡଙ୍ଗୀ ନିଜ ବାଇକ ଯୋଗେ ରଞ୍ଜନ ଷଡଙ୍ଗୀଙ୍କ ସହ ୧୧୫କିମି ଦୂରବର୍ତ୍ତୀ ଭବାନୀପାଟଣାସ୍ଥିତ ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରି ଏକ ଅମୁଲ୍ୟ ଜୀବନ ବଞ୍ଚାଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

jittmm
Leave A Reply

Your email address will not be published.