csstore

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଯାଜପୁର : ପାଲଟପୁର ପଞ୍ଚାୟତ ଅନ୍ତର୍ଗତ ଷାଠିବାଟି ଗ୍ରାମରେ ମା କାଳୀ ୟୁଥ କ୍ଳବ୍ ଓ ଆମ ଓଡ଼ିଶା ମିଳିତ ଉଦ୍ୟମରେ ମଞ୍ଜୁଶ୍ରୀ ପଣ୍ଡାଙ୍କ ସ୍ମୃତିରେ ୩ୟ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ଶିବିରରୁ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ବିଂଝାରପୁର ନିର୍ବାଚନମଣ୍ଡଳୀର ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି ଯୋଗଦାନ କରି ଫିତା କାଟିବା ସହିତ ପ୍ରଦୀପ ପ୍ରଜ୍ୱଳନ, ପୁଷ୍ପ ପ୍ରଦାନ କରଥିଲେ ଫଟୋଚିତ୍ରରେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପାଲଟପୁର ପଞ୍ଚାୟତର ସରପଞ୍ଚ ଝୁନା ରାଣୀ ରାୟ ଓ ସମିତି ସଭ୍ୟା କବିତା କର, ପୂର୍ବତନ ସରପଞ୍ଚ ଧିରେନ୍ଦ୍ର ମଲିକ ମା କାଳୀ ୟୁଥ୍ କ୍ଳବର ସଂପାଦକ ମହେଶ୍ୱର ଯେନା, ସଭାପତି ତିଲୋଚନ ନାୟକ, ପଞ୍ଚାୟତ ସଭାପତି ସୁରେନ୍ଦ୍ର ବେହୁରିଆ, ଚିତ୍ତରଞ୍ଜନ ନାୟକ, ସଞ୍ଜୀବ କୁମାର ସାମଲ, ସୁରେନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ ବିପିନ କୁମାର ରାୟ, ଚାନ୍ଦବାଲି ବ୍ଳକ୍ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ବେହେରା, ଚାନ୍ଦବାଲି ବ୍ଳକ୍ ଯୁବ ସଭାପତି ସତ୍ୟ ପ୍ରକାଶ ନାୟକ, ଦଶରଥପୁର ବ୍ଳକ୍ ଛାତ୍ର ସଭାପତି ଚିନ୍ମୟ କୁମାର ମାହୁନ୍ତ, ଫକୀର ଚନ୍ଦ୍ର ଦାସ, ସିପୁ ପଣ୍ଡା, ଚନ୍ଦ୍ରଶେଖର ସାହୁଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.