pakka

ଜନ୍ମଦିନରେ ରକ୍ତଦାନ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାଏକଙ୍କ ଜନ୍ମଦିନ ଅବସରରେ ଆଜି ଲଖନପୁର ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଆୟୋଜିତ ଉକ୍ତ ଶିବିରକୁ ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ର, ନୀଳ କୁମାରୀ ନାଏକ, ଅଶ୍ବିନୀ ଷଡ଼ଙ୍ଗୀ, ଶ୍ରୀମତୀ ଶକୁନ୍ତଳା ମହାପାତ୍ର ପ୍ରମୁଖ ଉଦଘାଟନ କରିଥିଲେ । ଏଥିରେ ୧୦୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ରକ୍ତ ସଂଗ୍ରହ ହୋଇଥିଲା ।

jay balangir
Leave A Reply

Your email address will not be published.

9 + ten =