csstore

ପ୍ରହରାଜପୁର ପ୍ରିମିଅର ଲିଗ୍‌ ଅନୁଷ୍ଠିତ : ଉତ୍ପଳା କିଙ୍ଗ୍‌ ଚାମ୍ପିୟନ, ଗୋପିନାଥ ରିଟନ୍ସ ରନର୍ସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମ୍‌ରେ ରବିବାର ଛଅଟି ଦଳକୁ ନେଇ ପ୍ରହରାଜପୁର ପ୍ରିମିୟମ୍ ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଯୁବ ନେତା ରାଧାମୋହନ ମୁଖ୍ୟ ଅତିଥି ରୂପେ, ସମ୍ମାନୀୟ ଅତିଥି ଭାବେ ଉଦୟପୁର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ବେହେରା, ଗୋପକୃଷ୍ଣ ମହାପାତ୍ର, ଚକ୍ରଧର ମହାପାତ୍ର, ବାନାମ୍ବର ଏମଇ ସ୍କୁଲ ଶିକ୍ଷକ ଯୋଗ ଦେଇଥିଲେ । ଆଜିର ଫାଇନାଲ ମ୍ୟାଚ୍‌ରେ ଉତ୍ପଳା କିଙ୍ଗ ଭର୍ସେସ ଗୋପିନାଥ ରିଟନ୍ସ ସହ ଅନୁଷ୍ଟିତ ହୋଇଥିଲା । ଏଥିରେ ଉତ୍ପଳା କିଙ୍ଗ ପ୍ରଥମେ ବ୍ୟାଟିଂ କରି ୧୨୩ରନ୍‌ କରିଥିଲା ଓ ଗୋପିନାଥ ରିଟନ୍ସ ୧୨୪ ରନ୍ ପିଛା କରି ୧୨ ଓଭର ବିଶିଷ୍ଟ ଖେଳରେ ୯୬ରନ୍‌ କରି ୨୭ ରନ୍‌ରେ ପରାଜୟ ବରଣ କରିଥିଲା । ଉତତ୍ପଳା କିଙ୍ଗ ଚମ୍ପିୟାନ ହୋଇଥିବା ବେଳେ ଗୋପୀନାଥ ରିଟନ୍ସ ରନର୍ସ ହୋଇଥିଲା । ଖେଳାଳିଙ୍କୁ ଅତିଥିଙ୍କ ଦ୍ଵାରା ଟ୍ରଫି ପୁରଷ୍କାର ବିତରଣ କରାଯାଇଥିଲା । ପ୍ରିମିୟର ଲିଗ୍‌ ପରିଚାଳନା କମିଟିର ସଭ୍ୟ ଟୁଇନା, ମିଟୁ, ସମୀର, ଜଗୁ, ଲୋକା, ଚିକୂ, ପପୁନି ଓ କାହ୍ନୁ ସା ଏହାର ପରିଚାଳନା କରିଥିଲେ । ଅମ୍ପାୟାର ଅଶୋକ ମହାପାତ୍ର ଓ କିରଣ ସାହୁ ଖେଳ ପରିଚାଳନା କରିଥିଲେ । ପିପିଏଲର ସଭାପତି କେଶବ ଦାସ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.