pakka

ସମ୍ପର୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ୱେଛାସେବୀ ଅନୁଷ୍ଠାନ, ଖଣ୍ଡହତାର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଖଣ୍ଡହତା ସ୍ଥିତ ଅଫିସ ସମ୍ମୁଖରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଖଣ୍ଡହତା ପଂଚାୟତର ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କର ଉପସ୍ଥିତିରେ ଭାରତୀୟ ସୈନ୍ୟ ବିଭାଗର ଅବସରପ୍ରାପ୍ତ ସିଏନ୍‌ଏମ୍‌ ଭେଡେନ ବହଲପାଲି ବାସିନ୍ଦା ନରେଶ କୁମାର ପ୍ରଧାନଙ୍କ କରକମଳରେ ଉଦ୍‌ଘାଟିତ ହୋଇଥିଲା । ଶିବିରରେ ମୋଟ ୩୨ ୟୁନିଟ ରକ୍ତଦାତାମାନଙ୍କଠାରୁ ସଂଗୃହୀତ ହୋଇଥିଲା । ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାମାନଙ୍କୁ ଅନୁଷ୍ଠାନର ସଭାପତି ଅଶୋକ ସାହୁ ତଥା ସମସ୍ତ ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

one × 5 =