pakka

ପାଇକମାଲରେ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୯୦ ଦଶକରେ କାଶ୍ମୀରରେ ଲକ୍ଷାଧିକ ହିନ୍ଦୁ ହତ୍ୟାର ଶିକାର ହୋଇଥିଲେ । ଏବେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି । ଏହି ବର୍ବର ତାଲିବାନର ସହାୟତାରେ ପାକିସ୍ତାନର ଆତଙ୍କବାଦୀ ଭାରତର ସୀମାକୁ ଅନୁପ୍ରବେଶ କରି କାଶ୍ମୀରୀ ହିନ୍ଦୁମାନଙ୍କୁ ବାଛି ବାଛି ହତ୍ୟା କରୁଛନ୍ତି । ଆମେ କାଶ୍ମୀର ହିନ୍ଦୁମାନଙ୍କ ସହ ଅଛୁ ବୋଲି ବଜରଙ୍ଗ ଦଳର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆତଙ୍କବାଦକୁ ଘୋର ବିରୋଧ କରି ନିନ୍ଦା କରୁଛୁ ବୋଲି ବଜରଙ୍ଗଦଳର ସଦସ୍ୟମାନେ କହିଥିଲେ । ପାକିସ୍ତାନ ମୁରର୍ଦାବାଦ ବୋଲି ନାରା ଲଗାଇଥିଲେ । ଆଜି ଅପରାହ୍ନ ୪ଟା ୩୦ମିରେ ପାଇକମାଲ ମୁଖ୍ୟ ଛକଠାରେ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସଂଯୋଜକ ଓମ୍‌ ପ୍ରକାଶ ମେହେରଙ୍କ ତତ୍ବାବଧାନରେ ଅଶୋକ ପ୍ରଧାନ, ହେମାନନ୍ଦ ମେହେର, ନାରାୟଣ ମେହେର, ଦିଲ୍ଲୀପ ଖରଷେଲ, ହୃଦୟ, ଡୋଲା ତଥା ବଜରଙ୍ଗ ଦଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 + 20 =