pakka

ଗାଁକୁ ରାସ୍ତା ଦାବୀରେ ଜିଲ୍ଲାପାଳ ବାସଭବନ ଘେରିଲେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପରଝର ପଞ୍ଚାୟତର କୁହିମୁଣ୍ଡା ଗ୍ରାମବାସୀ ତାଙ୍କ ଗାଁକୁ ଥିବା ଚଲାପଥ କିଛି ଲୋକ ମାଡି ବସିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଉକ୍ତ ଲୋକମାନେ ଗାଁକୁ ଥିବା ଏକ ମାତ୍ର ରାସ୍ତାକୁ ଅବରୋଧ କରିବା ସହ ପ୍ରାୟ ୫୦୦ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ କୁହିମୁଣ୍ଡାବାସୀଙ୍କ ଯିବା ଆସିବା ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଏହାର ପ୍ରତିବାଦ ତଥା ଗ୍ରାମବାସୀଙ୍କୁ ରାସ୍ତା ଯୋଗଇଦେବା ଦାବୀରେ ଆଜି କୁହିମୁଣ୍ଡା ଗ୍ରାମବାସୀ ଜିଲ୍ଲାପାଳ ବାସଭବନ ଘେରିଛନ୍ତି । ଗ୍ରାମବାସୀ କହିବା ମୁତାବକ କୁହିମୁଣ୍ଡା ଗ୍ରାମ ଉପରଝର ପଞ୍ଚାୟତ, ତୁଷୁରା ଥାନା ତଥା ଦେଓଗାଁ ବ୍ଲକ ଅନ୍ତର୍ଗତ । ପ୍ରାୟ ୫୦୦ ବର୍ଷ ହେବ ଏଠାରେ ଲୋକେ ରହି ଆସୁଛନ୍ତି । ଏଯାଏଁ ଗାଁକୁ କୌଣସି ରାସ୍ତା ମଧ୍ୟ ନାହିଁ । ତେଣୁ ଗ୍ରାମବାସୀମାନେ ଖାଲି ପଡିଥିବା କିଛି ଜମି ଉପରେ ଅସ୍ଥାୟୀ ଭାବେ ଯିବା ଆସିବା କରନ୍ତି । ବିଗତ ଚାରି ଦିନ ହେଲା କିଛି ଲୋକ ଏହି ରାସ୍ତାକୁ ମାଡି କବଜା କରିବା ସହିତ ଗ୍ରାମବାସୀଙ୍କ ଯିବା ଅସିବାକୁ ସଂପୂର୍ଣ୍ଣ ବାରଣ କରିଛନ୍ତି । ଫଳରେ ଗ୍ରାମବାସୀଙ୍କ ଗାଁରୁ ଯିବା ଆସିବା ଅସମ୍ଭବ ହୋଇ ପଡିଛି । ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ଗ୍ରାମବାସୀଙ୍କୁ ସ୍ଥାୟୀ ରାସ୍ତା ଯୋଗଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

twenty − 12 =