ଅସୀମ କରାଟେ ଏକାଡେମୀ ତରଫରୁ ରକ୍ତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁନ୍ଦେଇମାଲ ଗ୍ରାମର ବିଶ୍ୱାମିତ୍ର ପୋଡ କିଡନୀ ସମସ୍ୟା ହେତୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ରକ୍ତର ଆବଶ୍ୟକ ହେବାରୁ ତାଙ୍କ ସମ୍ପର୍କୀୟ ରୋହିତ ଓ ରମେଶ ପଧାନ ଅସୀମ କରାଟେ ଏକାଡେମୀକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଜାତୀୟ ସ୍ତରୀୟ କରାଟେ କୋଚ ତଥା ଜିଲ୍ଲା ଯୁବସଭାପତି ଅସୀମ କୁମାର ଭୋଇଙ୍କ କରାଟେ ଛାତ୍ର ଡ. ସଳଯା ନନ୍ଦନ ରଥ ରାତି ୯.୨୦ ମି.ରେ ଆସି ରକ୍ତଦାନ କରି ରୋଗୀର ଜୀବନ ବଂଚାଇ ଥିଲେ । ପ୍ରକାଶ ଥାଉ କି ଡ. ସଳଯା ରଥ ବୃତ୍ତିରେ ଜଣେ ଡକ୍ତର ଥିବା ସତ୍ତ୍ୱେ କୋଚ ଅସୀମ କୁମାର ଭୋଇଙ୍କଠାରେ କରାଟେ ପ୍ରଶିକ୍ଷଣ କରୁଛନ୍ତି । ଏହି କରାଟେ ଏକାଡେମୀ କେବଳ ସେଲ୍ପ ଡିଫେନ୍ସରେ ସୀମିତ ନରହି ବିଭିନ୍ନ ସାମାଜିକମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଶ ମଧ୍ୟ କରୁଥିବା ଏହି ଅନୁଷ୍ଠାନକୁ ବିଭିନ୍ନ ମହଲରେ ପ୍ରଶଂସା କରଯାଇଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.

3 × 3 =