ଟିଟିଲାଗଡ଼ ଜେଲରୁ ଦୁଇ କଏଦୀ ଫେରାର ଘଟଣା : ତଦନ୍ତ ପାଇଁ ପହଞ୍ଚିଲେ ଜେଲ ଡିଆଇଜି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସବ୍‌ ଜେଲ୍‌ର କଡ଼ା ସୁରକ୍ଷା ବଳୟ ଚିରି କେମିତି ଫେରାର୍‌ ହେବାରେ ସକ୍ଷମ ହେଲେ ମର୍ଡର୍‌ କେସ୍‌ରେ ଜେଲ୍‌ ଦଣ୍ଡ ଭୋଗୁଥିବା ଦୁଇ ଆସାମୀ ? ଫେରାର୍‌ ହେବାକୁ କେମିତି ପାଇଲେ ସୁଯୋଗ ? ସେମାନଙ୍କ ଫୋରର୍‌ ପଛରେ ଆଉ କିଛି ରହସ୍ୟ ରହିଛି କି ? ଏସବୁ ଦିଗରେ ଏବେ ତନ୍ନ ତନ୍ନ ଛାନ୍‌ଭିନ୍‌ ଚାଲିଛି । ଶନିବାର ରାତିରେ ଦୁଇ ଜଣ କଏଦୀ ଟିଟିଲାଗଡ଼ ଉପକାରାଗାରରୁ ଫେରାର ମାରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ପକ୍ଷରୁ ବ୍ୟାପକ ତନାଘନା ଜାରି ରହିଥିବା ବେଳେ ଆଜି ଜେଲ୍‌ ଡିଆଇଜି କୁଳମଣି ବେହେରା ଟିଟିଲାଗଡ଼ ଜେଲକୁ ପହଞ୍ଚି ତଦନ୍ତ ଏବଂ ପଚରା ଉଚୁରା ଜାରି ରଖିଛନ୍ତି । ଜେଲ କର୍ମଚାରୀଙ୍କ ଅବହେଳା, ଦାୟିତ୍ଵହୀନତା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଲୋକେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଜେଲ୍‌ ଡିଆଇଜି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ୪ ନମ୍ବର କାନ୍ଥ ଦେଇ ସିଡ଼ି ପକାଇ ସେମାନେ ଫୋରର୍‌ ମାରିଛନ୍ତି । ଜେଲ୍‌ ଭିତରେ ରହିଥିବା ସିସିଟିଭି କାମ ଦେଉ ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ତଦନ୍ତ ଜାରି ରହିଛି । ତଦନ୍ତ ପରେ ସବୁ କଥା ଜଣା ପଡ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

seventeen − 3 =