foot

ଅସ୍ତ୍ରୋପଚାର ପାଇଁ ଯୁବ କୁଲୁତା ସମାଜର ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ନିବାସୀ ପ୍ରଶାନ୍ତ ପ୍ରଧାନ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଗୋଡରେ ଗାଡି ଚଢିଯିବା ଯୋଗୁଁ ଅପରେସନ ପାଇଁ ଡାକ୍ତର ରକ୍ତ ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ । ରକ୍ତ ପାଇଁ ଅନେକ ଲୋକଙ୍କୁ ଫୋନ କରିଥିଲେ ମଧ୍ୟ ରକ୍ତ ପାଇବାରୁ ବଂଚିତ ହୋଇଥିଲେ ପ୍ରଶାନ୍ତ । ଶେଷରେ ପ୍ରଶାନ୍ତ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ଫୋନ କରିବା ମାତ୍ରେ ସଙ୍ଗେ ସଙ୍ଗେ ରାମ ନାୟକ ବନ୍ଧପଡା ଗ୍ରାମ ୨୧ କି.ମି ଦୂରରୁ ଆସି ରକ୍ତଦାନ କରିଥିଲେ । ନୂତନ ବର୍ଷରେ ସମସ୍ତେ ମଜା ମଜ୍‌ଲିସ୍‌ରେ ମସ୍‌ଗୁଲ୍‌ ଥିବାବେଳେ ଏତେ ଦୂରରୁ ଆସି ରକ୍ତଦାନ କରି ଏକ ଅମୂଲ୍ୟ ଜୀବନ ବଂଚାଇ ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି ରାମ ନାଏକ । ରକ୍ତଦାନ ପରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚାରା ବଣ୍ଟନ କରାଯାଇଥିଲା । ରକ୍ତଦାନ ସମୟରେ ବ୍ଲଡ ବ୍ୟାଙ୍କ ଷ୍ଟାଫ୍‌ ସ୍ୱାଗତିକା ରାଉଳ ଓ ଗଙ୍ଗାଧର ପଧାନ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.