କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । ତେବେ ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ବିଜେପି ଯୁବ ନେତା ନର୍ସିଙ୍ଗ ସିଂଙ୍କ ଟିମ । ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନର୍ସିଙ୍ଗ ସିଂଙ୍କ ନେତୃତ୍ୱରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୬ତମ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନର୍ସିଙ୍ଗ ସିଂ ଉଦଘାଟନ କରିଥିବା ବେଳେ, ସହର ତଥା ଆଖପାଖ ଅଞ୍ଚଳର ବିଜେପି କର୍ମକର୍ତ୍ତା ତଥା ଯୁବ ରକ୍ତଦାତା ମାନେ ଆସି ରକ୍ତଦାନ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ସହ ଯୁବ ସମାଜ ସେବୀ ବିଜୟ ମେହେର, ଧୂବଲେ ପୋଢ଼, ବିଶ୍ୱନାଥ ଛତ୍ରିଆ, ଜ୍ୟୋତି ହରପାଲ, ଟିକୁ ସାହୁ, ଧର୍ମୁ ଛତର, ସୋହେଲ ଖାନ, ଲାବନ ନାୟକ, କମଳା କାନ୍ତ ଗହୀର, ବିଟୁ ତାଣ୍ଡି, କୈଳାଶ ବାଗ, ରହୁ ରାଇଗୁରୁ, ଗଙ୍ଗା ନାଗ, ଯୋଗେଶ୍ୱର ଚନ୍ଦନ, ଯୋଶବନ୍ତ ପାଣିଗ୍ରାହୀ, ପିଣ୍ଟୁ ସାହୁ, ସତ୍ୟମ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.