jsm

ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଫେସନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଫେସନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭାଗ ନେଇଥିବା ଯୁବତୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ରାଜ୍ୟ ସ୍ତରୀୟ ଫେସନ ସୋ ସ୍ଥାନୀୟ ପାର୍କଲ୍ୟାଣ୍ଡ ହୋଟେଲ ଠାରେ ଭାରତୀୟ ବିୟୁଟି ସଂସ୍ଥାର ସଭାପତି ମିନତୀ ସାହୁଙ୍କ ନେତୃତ୍ୱରେ ଓ ଆଇବିସି କାର୍ଯ୍ୟକର୍ତାଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ୨୦୦ଜଣରୁ ଅଧିକ ଯୁବତୀ ଭାଗ ନେଇଥିବା ବେଳେ ୨୫ ଜଣ ରୂପ ସଜ୍ଜ୍ୟାକାରୀ ଓ ୨୫ ଜଣ ମଡେଲର ପ୍ରତିଯୋଗିତାରେ ଭାଗନେଇ ଥିଲେ । ତେବେ ଏଥିରେ ସସ୍ମିତା ମେହେର (ପାଟଣାଗଡ)ଙ୍କ ରୂପ ସଜ୍ଜ୍ୟାରେ ପୂଜା ପଟ୍ଟନାୟକ ପ୍ରଥମ ସ୍ଥାନ, ଅଭିନନ୍ଦନ ହୋତା (ବୌଦ୍ଧ)ଙ୍କ ରୂପ ସଜ୍ଜ୍ୟାରେ ରାନୀ ବଗର୍ତି(ବଲାଙ୍ଗିର) ପ୍ରଥମ ଉପ ବିଜେତା, ରଶ୍ମିତା ମେହେରଙ୍କ ରୂପସଜ୍ଜ୍ୟାରେ ଦିବ୍ୟାନି ମେହେତା(ବଲାଙ୍ଗିର) ଦ୍ୱିତୀୟ ଉପବିଜେତା ପୁରସ୍କୃତ ହୋଇଛନ୍ତି । ଉକ୍ତ ବିଜେତା ମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ ଫେସନ ସୋ ପ୍ରତିଯୋଗିତାରେ ମଧ୍ୟ ଭାଗ ନେବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଏହି ପ୍ରତିଯୋଗିତାର ତାପପ୍ତି ସିଂ, ସୁବର୍ଣ୍ଣ ଚାଟ୍ଟର୍ଜି ଅଧିକାରୀ, ସୁଚିସ୍ମିତା ଷଡଙ୍ଗୀ ଓ ସେହ୍ନଲତା ତ୍ରିପାଠୀ ବିଚାରକ ଭାବେ ନିଜର କାର୍ଯ୍ୟ ତୁଲାଇଥିବା ବେଳେ କାର୍ଯ୍ୟକ୍ରମରେ ସୁଚିସ୍ମିତା ଷଡଙ୍ଗୀ, ଐଶ୍ୱର୍ଯ୍ୟା ଦାସ, ସୁବର୍ଣ୍ଣ ଚାଟ୍ଟର୍ଜି ଅଧିକାରୀ ମଂଚ ପରିଚାଳନା କରିଥିଲେ ।

ଏହି ପ୍ରତିଯୋଗିତାରେ ସୋମ୍ୟା ସୁଚରିତା ମିଶ୍ର, ଇଥିମୟୀ ଘିବେଲା, ଶତାବ୍ଦୀ ଦାସ, ବନିତା ଜାଲ, ସମ୍ମିକା ପାଢୀ, କୀର୍ତି ମାଲିନି ପୁରୋହିତ, ସସ୍ମିତା ମେହେର, ସନ୍ତୋଷିନି ମେହେର, ସୈଦାମିନୀ ମାଝୀ, ଆରତୀ ବେହେରା, ସୁଜାତା ମେହେର, ସୁନିତା ରାଣି ସେଠ, ସାଜିଦା ବେଙ୍ଗମ, ସଂଜୁ ବାରିକ, ତପସ୍ୱିନୀ ପୁଝାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.