jsm

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : ରାଜ୍ୟ ଭାଜପା ପ୍ରତିନିଧି ଦଳ ପରିବାରକୁ ଭେଟିଲେ

csstore

କଂଟାବାଂଜି, (ମନିଷ କୁମାର ହଂସ) : ମମିତା ହତ୍ୟାକାଣ୍ଡକୁ ନେଇ ଥମୁନି ଚର୍ଚ୍ଚା, ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଭାଜପାର ଅଭିଯୋଗ କହିଲେ ନିରପେକ୍ଷ ଭାବତରେ ହେଉ ନାହିଁ ତଦନ୍ତ, ଜାଣିଶୁଣି ପ୍ରମାଣ ସବୁ ନଷ୍ଟ କରିବାକୁ ସରକାର ଚଳାଉଛନ୍ତି ଉଦ୍ରମ । ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରକୁ ବରଖାସ୍ତ କରିବା ଦାବୀକୁ ଆହୁରି ଜୋରଦାର କରିବା ନେଇ କହିଲା ବିରୋଧୀ ଭାଜପା । ଆଜି ମମିତା ମେହେରଙ୍କ ପରିବାରକୁ ଭେଟିଲେ ଭାଜପାର ପ୍ରତିନିଧି ଦଳ । ଦୀର୍ଘ ଏକ ଘଂଟାର ଆଲୋଚନା ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଆଜି ଘଟଣା ସଂପର୍କରେ ପରିବାର ବର୍ଗଙ୍କ ସହ ଆଲୋଚନା କରିଛନ୍ତି । ଭାଜପା ଟିମ୍‌ ମମିତାଙ୍କ ଘରେ ପହଂଚିବା ପରେ ମମିତାଙ୍କ ମାଆଙ୍କ ଆଖିରୁ ଲୁହ ଝରି ପଡୁଥିବା ବେଳେ ବଲାଙ୍ଗିର ସାଂସଦ ସଂଗୀତା କୁମାର ସିଂଦେଓ ମମିତାର ମା’ଙ୍କୁ ବୁଝାଇବା ସହ ସମବେଦନା ଜଣାଇଥିଲେ । ପରେ ରାଜ୍ୟ ସଭାପତି ପୂର୍ବତନ ପୋଲିସ ଡିଜି, କନକବର୍ଦ୍ଧନ ସିଂଦେଓ ସମେତ ଅନେକ ରାଜ୍ୟସ୍ତରୀୟ ନେତା ମହାଲିଙ୍ଗକୁ ଯାଇଥିଲେ । କଲେଜ ପରିସର ବୁଲିବା ସହ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଗାର୍ଲସ ହେଷ୍ଟେଲ ବୁଲି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ସମସ୍ତ ତଥ୍ୟ ସଂଗ୍ରହ କଲାପରେ ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ସମସ୍ତ ବିଷୟ ଖବରଦାତା ସମ୍ମିଳନୀ ଜରିଆରେ ଜଣାଇବେ ବୋଲି କହିଛନ୍ତି । ଏହି ଦଳରେ ବରିଷ୍ଠ ନେତା ତଥା ପୂର୍ବତନ ପୋଲିସ ମହାନିର୍ଦ୍ଧେଶକ ପ୍ରକାଶ ମିଶ୍ର, ବରିଷ୍ଟ ଆଇନଜୀବୀ ତଥା ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ବିରୋଧୀ ଦଳ ମୁଖ୍ୟ ସଚେତନ ମୋହନ ମାଝି, ସାଂସଦ ସଙ୍ଗୀତା ସିଂଦେଓ ବରିଷ୍ଠ ନେତା କେ.ଭି. ସିଂଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଂଗ, ଶଙ୍କର ଓରାମ ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ କାଲିନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି, ଠାକୁର ରଣଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦିପ ପୁରୋହିତ ସମେତ ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, କଂଟାବାଂଜି ବିଧାୟକ ପ୍ରାର୍ଥି ଲକ୍ଷ୍ମଣ ବାଗ ପ୍ରତିନିଧି ଦଳରେ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.