jayashree

ମରଣଯନ୍ତା ପାଲଟିଛି ୨୬ ନଂ ଜାତୀୟ ରାଜପଥ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ ବୋରିଗୁମା ୨୬ ନଂ ଜାତୀୟ ରାଜପଥର ବୁର୍ଡାଛକ ଠାରୁ କୁଶଙ୍ଗେଇ ପୋଲ ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । ଏହି ଜାତୀୟ ରାଜପଥର ପ୍ରଶସ୍ତିକରଣ ସମେତ ପିଚୁ କାର୍ଯ୍ୟ ଗତବର୍ଷ ଠାରୁ ସରିଥିଲେ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଅଦ୍ୟାବଧି ଡ୍ରେନ ନିର୍ମାଣ ତଥା ପେଭର ବ୍ଲକ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଅନେକ ସ୍ଥାନରେ ନିର୍ମିତ ଡ୍ରେନ ମୁକୁଳା ପଡ଼ିଥିବାରୁ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଆଉ କେତେକ ସ୍ଥାନରେ ଡ୍ରେନ ତିଆରି ସରିଥିଲେ ମଧ୍ୟ ବର୍ଷାପାଣି ନିଷ୍କାସନର ସୁବିଧା ନାହିଁ । ଏଥିସହିତ ରାସ୍ତାପାର୍ଶ୍ଵ ଅନାବନା ଗଛ ମଧ୍ୟ ସଫା କରାଯାଉ ନଥିବାରୁ ଏହି ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଲୋଇସିଂହା ସହର ମଧ୍ୟ ଦେଇଯାଇଥିବା ଏହି ରାଜପଥର ଉଭୟ ପାର୍ଶ୍ୱରେ ଏସବୁ କାମ ଗୁଡ଼ିକ ବାକି ରହିଥିବା ବେଳେ ଆଗାମୀ ବର୍ଷା ଋତୁରେ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବା ନିଶ୍ଚିତ । ଏନେଇ ସ୍ଥାନୀୟ ସିନିୟର୍ ସିଟିଜନ ଆସେମ୍ୱଲି ପକ୍ଷରୁ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ତଥା ଜାତୀୟ ରାଜପଥ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.