pakka

ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଅଣ୍ଟା ଭିଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚଳିତ ନିର୍ବାଚନ ସାଧାରଣ ବର୍ଗ ପାଇଁ ଥିବା ବେଳେ ବେଶ୍‌ ଚର୍ଚ୍ଚାରେ ରହିଛି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦବୀ । ଉଭୟ କଂଗ୍ରେସ, ବିଜେପି ଓ ବିଜେଡି ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇବା ପାଇଁ ଜୋର ସୋରରେ ଅଣ୍ଟା ଭିଡିଛନ୍ତି । ଗତ ୨୦ ବର୍ଷ ହେବ ସଇଁନ୍ତଲା ବ୍ଲକ ଅଧ୍ୟକ୍ଷ ପଦ କଂଗ୍ରେସର ସମର୍ଥକ ହତେଇଥିବା ବେଳେ ଚଳିତ ନିର୍ବାଚନ ବିଜେଡି ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ପାଲଟିଛି । କାହିଁକି ନା ସଇଁନ୍ତଲା ବ୍ଲକ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଆସେ ଓ ଟିଟିଲାଗଡ଼ରେ ବିଜେଡିର ହେଭି ୱେଟ ନେତ୍ରୀ ତଥା ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ରହିଥିବା ବେଳେ କଂଗ୍ରେସର ହାଇ ଭୋଲଟେଜ ନେତା ସୁରେନ୍ଦ୍ର ସିଂ ଭୋଇକୁ ପରାସ୍ତ କରି ଟିଟିଲାଗଡ଼ ବିଧାୟିକା ଭାବେ ଲଗାତାର ଦୁଇ ଥର ଆସନ ହାତେଇଛନ୍ତି ମନ୍ତ୍ରୀ ଟୁକୁନି । ଅନ୍ୟ ପଟେ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ଅଛନ୍ତି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଉଥିବା ମନ୍ତ୍ରୀ ସୁଶାନ୍ତ ସିଂ । ଜିଲ୍ଲାରେ ବିଜୁ ଜନତା ଦଳର ଦୁଇ ଦୁଇଟି ହେବିୱେଟ ନେତା ଥିବାରୁ ବିଜେଡି ପାଇଁ ସମ୍ମାନ ଜନକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଗଣତନ୍ତ୍ରର ମହାପର୍ବ ଫେବୃଆରୀ ୨୪ଦିନ ଜଣାପଡିବ ବୋଲି ଲୋକେ ଆଲୋଚନା କରୁଛନ୍ତି । ଅନ୍ୟପଟେ ଗତ ପଞ୍ଚାୟତ ନିର୍ବାଚନରେ ଟ୍ରିକାପଡ଼ା, ସଇଁନ୍ତଲା ଓ ବେଳଗାଁ ମଣ୍ଡଳରୁ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ଜୋରସୋର ପ୍ରଚାର ପ୍ରସାରରେ ୩ଟି ମଣ୍ଡଳୀରୁ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ସଫଳତା ହାସଲ କରିଥିଲା । ତେବେ ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ବିଜେପି ନେତା ମହେନ୍ଦ୍ର ଠାକୁର ମଧ୍ୟ ଅନେକ ଆଶାୟୀ ଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

eight − 3 =