pakka

ରେଳ ଷ୍ଟେସନରେ ଯାତ୍ରୀ ସେବାର ସୁବନ୍ଦୋବସ୍ତ କରାଯାଉ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହ-ସଂପାଦକ ପ୍ରଭାକର ମିଶ୍ର ବିଗତ ସଭାର ବିବରଣୀ ପ୍ରଦାନ କରିଥିଲେ । ଆଲୋଚନା ଆରମ୍ଭ କରି ସଭ୍ୟ ଗୋପଭୂଷଣ ନାଥ ବଲାଙ୍ଗିର ରେଳ ଷ୍ଟେସନରେ ବରିଷ୍ଠ ଯାତ୍ରୀମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରିବା ପାଇଁ ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ । ଏନେଇ ଉପଭୋକ୍ତା ସଂଘର କର୍ମକର୍ତ୍ତା ସମୟ ସମୟରେ ରେଳ ଷ୍ଟେସନ ଯାଇ ରେଳ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ମତ ପ୍ରକାଶ ପାଇଥିଲା । ଉପସ୍ଥିତ ସମସ୍ତ ସଭ୍ୟ ସଂଘର ବ୍ୟାଙ୍କ ପାସବୁକକୁ ଡିଏକ୍ଟିଭେଟ କରିବା ସହ ନବନିର୍ବାଚିତ ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କୁ ପାସବୁକ ପରିଚାଳନା ପାଇଁ ଦାୟିତ୍ୱ ଅର୍ପଣ କରିଥିଲେ । ବଲାଙ୍ଗିର-ବୌଦ୍ଧ ରେଳ ଚଳାଚଳ ଶୀଘ୍ର ଆରମ୍ଭ କରିବାକୁ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବା ନିମନ୍ତେ ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାର ସଂଘ କର୍ମକର୍ତ୍ତାଙ୍କ ଏକ ମିଳିତ ବୈଠକ ବଲାଙ୍ଗିର ଠାରେ ଅନୁଷ୍ଠିତ କରିବା ପାଇଁ ସଭାରେ ମତ ପ୍ରକାଶ ପାଇଥିଲା । ଆଲୋଚନାରେ ଉପ-ସଭାପତି ପର୍ଶୁରାମ ନାୟକ, ସଭ୍ୟ ମନୋରଂଜନ ପୁରୋହିତ, ବୃନ୍ଦାବନ ବରାଳ, ନାରାୟଣ ପାଢୀ, ପ୍ରଶନ୍ନ କୁମାର ମିଶ୍ର, ଦ୍ୱାରିକା ପଣ୍ଡା ଓ ରଘୁନାଥ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

10 + sixteen =