om academy

ସାଲେଭଟାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟାରେ ରାବଣ ପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର ଦୁର୍ଗାପୂଜା କମିଟି ତରଫରୁ ଚଣ୍ଡୀମନ୍ଦିର କଲ୍ୟାଣ ମଣ୍ଡପ ପଡିଆଠାରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ଜିଲ୍ଲା ବରପାଲି ବରମକେଲା ମା’ ପୂର୍ଣ୍ଣମାସୀ କଳା ପରିଷଦର କଳାକାର ରାବଣ ଭୂମିକାରେ ସୁଦାମ ପୋଢ଼, ମହାମନ୍ତ୍ରୀ କେଶବ ଥପା, ବିକ୍ରମ ରଣା, ପ୍ରମିତ ପଧାନ ଓ ଦୁଖନାସନ ବାଗ ପ୍ରମୁଖ ଅଭିନୟ କରିଥିଲେ । ସେହିପରି ରାମ ଭୂମିକାରେ ଉପେନ୍ଦ୍ର ସାହୁ (୬୫ବର୍ଷ), ଲକ୍ଷ୍ମଣ ଯୋଗେଶ୍ୱର ସା, ବିଭିଷଣ ପ୍ରକାଶ ଦିଶ୍ର, ହନୁମାନ ଅଭି ସା (୭୦ବର୍ଷ ବୟଷ୍କ), ଶିବଂମ ମେହେର ଓ ମୁନା ବରିହା ଅଭିନୟ କରିଥିଲେ । ଏଥିରେ ଅନୁଷ୍ଠିତ ରାବଣ ଦରବାରରେ ରାଜ ଅତିଥି ଭାବରେ ଗୋପକୁମାର ପଣ୍ଡା, ବିଜୟକୁମାର ବାବୁ, ବିଜୟକୁମାର ବେହେରା, ରଥି ସାହୁ, ଝୁନୁ, ଗୋବିନ୍ଦ ଠାକୁର, ଡ.ଭାଷ୍କର ଚନ୍ଦ୍ର ଦାଶ, ଗଙ୍ଗାରାମ ସାହୁ, ବୃନ୍ଦାବନ ସତପଥି, ମେଘୁ ଦିଶ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । ଯୁବନେତା ଆକାଶ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ଦାଶ ଏହାକୁ ସଂଯୋଜନା କରିଥିଲେ । ସ୍ଥାନୀୟ ବ୍ରାହ୍ମଣପଡା ମା’ ପୂର୍ଣ୍ଣମାସୀ ମନ୍ଦିର କଳା ପରିଷଦ ତରଫରୁ ରାମଲୀଳା ଉତ୍ସବରେ ରାବଣ ବଦ୍ଧ ମଂଚସ୍ଥ ହୋଇଥିଲା । ବିରାଟକାୟ ରାବଣକୁ ରାମ ସର ବିଦ୍ଧ କରିଥିଲେ । ଏଥିରେ ଆତସବାଜି ପ୍ରଦର୍ଶନ କରାଯାଇ ବିଜୟ ଉତ୍ସବ ପାଳନ କରାଯାଇଥିଲା । ମୁରସୁଣ୍ଢି, ରଫାଖାଲ, ଫାସଡ, ବକଟୀ, ଚେରୁପାଲି, ଲୁହୁରାମୁଣ୍ଡା, ଖଲିଆପାଲି, ଦାନିପାଲି ଆଦି ଗ୍ରାମରୁ ଆସିଥିବା ଜନସାଧାରଣ ସମାବେଶ ଘଟିଥିଲା ।

Leave A Reply

Your email address will not be published.

six − 4 =