pakka

କବି ଚତୁର୍ଭୁଜଙ୍କୁ ସାରସ୍ୱତ ଶ୍ରଦ୍ଧାଞ୍ଜଳି ଓ ତାଙ୍କ କବିତା ପୁସ୍ତକ ଉନ୍ମୋଚନ

bbehera

ଟିଟିଲାଗଡ, (କେପିଏନ୍‌ଏସ୍‌) : ବିଶିଷ୍ଟ କୋସଲି କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କର ପ୍ରଥମ ଶ୍ରାଦ୍ଧ ଦିବସ ତାଙ୍କ ନୀଳଚକ୍ର ନଗରସ୍ଥିତ ବାସ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାରସ୍ୱତ ଶ୍ରଦ୍ଧାଞ୍ଜଳି ସଭା କୋସଲି ଭାସା ସୁରକ୍ଷା ସମିତି ଟିଟିଲାଗଡର ବରିଷ୍ଠ ଉପଦେଷ୍ଟା ତଥା ଲେଖକ ସେବକ ଚରଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ନାଗରିକ ସଂଘର ସହସଂପାଦକ ଘିନୁ ଆଡଯୁଆଡ, ‘କୋଶଳ ପ୍ରବାହ’ ସମ୍ବାଦ ପତ୍ରର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ‘ଉରଘା’ କବିତା ସଂକଳନର ପ୍ରକାଶିକା ତଥା ୰ ସାଆନ୍ତଙ୍କ ଧର୍ମପତ୍ନୀ ଶ୍ରୀମତୀ ଯାଜ୍ଞସେନୀ ଯାନୀ ତଥା ସାହିତ୍ୟ ସଂସ୍କୃତି ଟିଟିଲାଗଡର ବରିଷ୍ଠ ସଭ୍ୟ ଜ୍ୟୋତି ପ୍ରକାଶ ଗଡତ୍ୟା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୰ଚତୁର୍ଭୁଜ ସାଆନ୍ତଙ୍କ କୋସଲି କବିତା ସଂକଳନ “ଉରଘା” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅଧ୍ୟାପକ ଦିଲୀପ କୁମାର ପଶାୟତ ପୁସ୍ତକ ସମୀକ୍ଷା କରିଥିଲେ । ସ୍ଥାନୀୟ ସାହିତ୍ୟ ସଂଗଠନ କୋସଲି ଭାଷା ସୁରକ୍ଷା ସମିତି, ବହିହାଟ, ସାହିତ୍ୟ ସଂସ୍କୃତି ଓ କୋସଲି ସାଂସ୍କୃତିକ ମହାଯୋଟ ତରଫରୁ ଏକ ସ୍ମୃତିପତ୍ର ୰ ସାଆନ୍ତଙ୍କ ପରିବାରକୁ ଅର୍ପଣ କରାଯାଇଥିଲା । କବି ସୁଶାନ୍ତ ବାଗ ସ୍ମୃତି ପତ୍ର ପାଠ କରିଥିଲେ । ଉପସ୍ଥିତ କବି ଓ ଲେଖକ ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା, ଯୁଗଳଙ୍କ କିଶୋର ଷଡଙ୍ଗୀ, ଗୋବର୍ଦ୍ଧନ ସାହୁ, ବନମାଳୀ ଦାଶ, ମଧୁସୂଦନ ମହାନନ୍ଦ, ବିରଂଚି ନାରାୟଣ ଦାଶ, ବିନୟ ଦାଶ, ନାରାୟଣ ମିଶ୍ର, ଲାଲଚନ ବଗର୍ତ୍ତୀ, ପୁସ୍ତମ ଯୁଆଡି, ଗଣେଶ ବାରିକ, ନୀଳମଣି ସାହୁ ଓ ମଂଚାସୀନ ଅତିଥିବୃନ୍ଦ ତଥା ଅନେକ ଶ୍ରଦ୍ଧାଳୁ ସ୍ମୃତି ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ୰ସାଆନ୍ତଙ୍କ ବାସଭବନରେ ଚତୁର୍ଭୁଜ ସାଆନ୍ତ ସ୍ମୃତି ପାଠାଗାର ଅତିଥି ମାନଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । କୋସଲି ଭାଷା ସୁରକ୍ଷା ସମିତିର ସଂପାଦକ ନରସିଂହ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭିକାରୀ ଚରଣ ମିଶ୍ର, ରାଧେଶ୍ୟାମ ଭୋଇ, ହେମେନ୍ଦ୍ର ହାଁସଦା, ଚୈତନ୍ୟ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × five =