pakka

ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତମାଖୁ ସେବନ ଲାଗି ପ୍ରତି ବର୍ଷ ୮୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଉଛନ୍ତି । ମାନବ ଜାତି ପାଇଁ ଏହା ଯେତିକି କ୍ଷତିକାରକ ପରିବେଶ ପାଇଁ ମଧ୍ୟ ସେତିକି ବିପଦପୂର୍ଣ୍ଣ । ଚଳିତ ବର୍ଷର ବିଷୟବସ୍ତୁ “ପରିବେଶକୁ ରକ୍ଷା କର” ଉପରେ ଶିକ୍ଷକ-ଶିକ୍ଷୟତ୍ରୀମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମେହେର ଛାତ୍ର ଛାତ୍ରୀମାନଙ୍କୁ ତମାଖୁଠାରୁ ଦୂରେଇ ରହିବା ପାଇଁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଇକେଲ ର‍୍ୟାଲି ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଆଦିତ୍ୟ ରଣା, ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ଶିକ୍ଷୟତ୍ରୀ ଦ୍ରୋପଦି ଭୋଇ, କାନ୍ତି ଭୋଇ, ଯଶୋବନ୍ତି ସୁନା, ଗାୟତ୍ରି ବାରିକ ତଥା ଗ୍ରାମବାସୀ ବିଶେଷ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରେଣୁକା ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 − nine =