pakka

ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୨ ପୁରସ୍କାରରେ ପୁରସ୍କୃତ ହେବେ ରାଜ୍ୟର ୧୧ଟି ସହର

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଅକ୍ଟୋବର ପହିଲାରେ ନୂଆଦିଲ୍ଲୀ ସ୍ଥିତ ତାଲ୍‌କାତୋରା ଷ୍ଟାଡିୟମ ଠାରେ ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୨ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ । ସୂଚନା ଅନୁସାରେ, ଏହି ସର୍ବେକ୍ଷଣରେ ରାଜ୍ୟର ୧୧ଟି ସହର ପୁରସ୍କୃତ ହେବେ । ସେହି ସହରଗୁଡ଼ିକ ହେଲା- ବ୍ରହ୍ମପୁର, ଭୁବନେଶ୍ୱର, ବରଗଡ଼, ବାସୁଦେବପୁର, ପାରାଦୀପ, ପୁରୀ, ବେଲଗୁଣ୍ଠା, ବିଜେପୁର, ବିନିକା, ଚିକିଟି ଓ ଜୁନାଗଡ଼ । ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ମିଶନ ଡାଇରେକ୍ଟର ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) କଲ୍ୟାଣ ରଥ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିଶନର ଏବଂ ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର ଚିଠି ଲେଖି ଜଣାଇଛନ୍ତି । ପ୍ରତ୍ୟେକ ସହରରୁ ୪ ଜଣ ଲେଖାଏଁ ପ୍ରତିନିଧି ଉତ୍ସବରେ ଯୋଗଦେବା ପାଇଁ କୁହାଯାଇଛି । ସେହିପରି ଇଣ୍ଡିଆନ ସ୍ୱଚ୍ଛତା ଲିଗ୍‌ରେ ୩ ଲକ୍ଷରୁ ୧୦ ଲକ୍ଷ ସହର କଟକ ମହାନଗର ନିଗମ ଏବଂ ୧୫ ହଜାରରୁ ୨୫ ହଜାର ଲୋକସଂଖ୍ୟା ବିଶିଷ୍ଟ ସହର ପିପିଲି ମଧ୍ୟ ପୁରସ୍କୃତ ହେବ ।

jay balangir
Leave A Reply

Your email address will not be published.

15 − 10 =