ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ ହେଲା କିଟ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)କୁ ବୁଧବାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଏବଂ ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇ ଅଚ୍ୟୁତ କହିଛନ୍ତି ଯେ, କ୍ରୀଡ଼ାର ଉନ୍ନତି ଦିଗରେ କିଟ୍‌ର ପଦକ୍ଷେପକୁ ଏହା ଏକ ସ୍ୱୀକୃତି । ଶିକ୍ଷା ସହ କିଟ୍‌ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମି ଉପରେ ଫୋକସ କରି ଆସିଛି । କ୍ରୀଡ଼ା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ସାହ ଓ ସମର୍ଥନ ମଧ୍ୟ କିଟ୍‌କୁ ପ୍ରୋତ୍ସାହିତ କରିଛି । ଓଡ଼ିଶା କ୍ରୀଡ଼ାକୁ ଭିନ୍ନ ଏକ ସ୍ତରକୁ ନେବା ଆମର ମୁଖ୍ୟ ଲକ୍ଷ୍ୟ । ପୁରସ୍କାରକୁ ସେ କିଟ୍‌ର ସମସ୍ତ ଛାତ୍ର ଏବଂ ସଦସ୍ୟମାନଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି । ଗତ ୨୦ ବର୍ଷ ଧରି କିଟ୍‌ କ୍ରୀଡ଼ାର ପ୍ରମୋଶନ ଦିଗରେ କାର୍ଯ୍ୟ କରି ଆସୁଛି । ଅଲିମ୍ପିଆନ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ, ସି.ଏ. ଭବାନୀ ଦେବୀ, ଶିବପାଲ ସିଂ, ଅମିତ ରୋହିଦାସ ପ୍ରମୁଖ ଆଥଲେଟ୍‌ କିଟ୍‌ର ଅନ୍ତେବାସୀ ।

Leave A Reply

Your email address will not be published.

two × one =