pakka

ଗଞ୍ଜାମ କଲେଜରେ ଅଣଛାତ୍ର ପ୍ରବେଶକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ କଲେଜକୁ ଗତକାଲି କିଛି ଅଣଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପକ /ଅଧ୍ୟାପିକା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ବ୍ରହ୍ମପୁର ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ରାଗିଂ ଘଟଣା ଦେଖିବାକୁ ମିଳିଥିଲା । ଘଟଣାର ପୁନରାବୃତ୍ତି ନହେବା ପାଇଁ କଲେଜ କର୍ତ୍ତୃପକ୍ଷ ପୋଲିସକୁ ଜଣାଇ ଥିଲେ । ପୋଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇଜଣ ଅଣଛାତ୍ରଙ୍କୁ ଉଠାଇ ଥାନାରେ ଅଟକ ରଖି ତଦନ୍ତ କରିଥିବା ବେଳେ ଦୁଇଜଣ ଛାତ୍ର ନାବାଳକ ଥିବା ଏବଂ ସେମାନେ କଲେଜର ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ଜଣାପଡିଛି । ସେମାନେ ଗଞ୍ଜାମ କଲେଜକୁ ସେମାନେ ସେମାନଙ୍କ ସାଙ୍ଗ ସହ ମିଳିବାକୁ ଆସିଥିବା ପୋଲିସ ତଦନ୍ତ ବେଳେ ଜଣାପଡିଛି । ଅନ୍ୟପଟେ ରାଗିଂ ଘଟଣାକୁ ଅସ୍ୱୀକାର କରିଛି ଗଞ୍ଜାମ ଥାନା ପୋଲିସ । ଉଭୟ ଛାତ୍ରଙ୍କ ଅଭିଭାବକଙ୍କୁ ଗଞ୍ଜାମ ଥାନା ପକ୍ଷରୁ ଡକା ଯାଇଛି । ଅଭିଭାବକ ଆସି ନ ଥିବା ଯୋଗୁଁ ସେମାନଙ୍କୁ ଅଟକ ରଖାଯାଇଥିବା ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

four × one =