ସମାଜ ସଂସ୍କାର ଓ ନାରୀ ସମ୍ମାନ ପାଇଁ ମିଷ୍ଟି ପ୍ରଡକ୍ସନର ପ୍ରୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇପାଲି ଗ୍ରାମରେ ଏକ ନିଷ୍ଟି ପ୍ରଡକ୍ସନ କରାଯାଇଛି । ଏଥିରେ ସମାଜ ସଂସ୍କାର, ନାରୀ ସମ୍ମାନ, ସଂସ୍କୃତିକୁ ବଞ୍ଚାଇବା ପାଇଁ ମିଷ୍ଟି ପ୍ରଡକ୍‌ସନ ୟୁଟ୍ୟୁବ କରି ସଚେତନତା କରାଯାଉଛି । ଏହାର ମୁଖ୍ୟ ହେମରାଜ ମେହେର ଅକ୍ଳାନ୍ତ ପରିଶ୍ରମ କରି ଶିକ୍ଷା ଉପରେ ଆଧାରିତ ବିଷୟ ଲୋକଙ୍କ ପାଖକୁ ପହଞ୍ଚାଉଛନ୍ତି । କିନ୍ତୁ ଯଦି ସରକାରୀ ସହାୟତା ଯୋଗାଇ ଦେଲେ ଆହୁରି ଭଲ କରି ପାରନ୍ତେ ବୋଲି କହିଛନ୍ତି ହେମରାଜ । ଜାତିବାଦ ଲୁପ୍ତ କରିବା ପାଇଁ ଏକ ଭିଡିଓ କରିଛନ୍ତି ‘ଜାଏତ’ । ସଚେତନତା ପାଇଁ ଜାଏତ୍‌ ଭିଡିଓ କରି ଅସାମାଜିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ ସେ ।

Leave A Reply

Your email address will not be published.