ସମ୍ଭାବିତ ପୋଲ ନିର୍ମାଣ ନେଇ ସେମିନାର୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଲଖମରା ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅଙ୍ଗନଦୀ ଉପରେ ସମ୍ଭାବିତ ପୋଲ ନିର୍ମାଣ ନେଇ ଏକ ସେମିନାରର ଆୟୋଜନ ଆଜି ପୂର୍ବାହ୍ନ ୧୦ ଘ.ରେ ହୋଇଯାଇଛି । ଆବାହକ ସାମ୍ବାଦିକ ରମେଶ ବାରିକ ପ୍ରାରମ୍ଭରେ ସୂଚନା ପ୍ରଦାନ କରିଥିଲେ । ଏହି ସେମିନାରରେ ବରଗଡ଼ ଜିଲ୍ଲାର ଉଭୟ ସମ୍ବାଦପତ୍ର ଓ ଟିଭି ଚ୍ୟାନେଲ ଗୁଡିକର ସାମ୍ବାଦିକ ତଥା ଅଞ୍ଚଳର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଉପସ୍ଥିତ ରହି ନିଜସ୍ୱ ମତ ଦେଇଥିଲେ । ବହୁ ଦିନରୁ ଲଖମରା ପଞ୍ଚାୟତ ଓ ଚର୍ଦାପାଲି ପଞ୍ଚାୟତ ମଝିରେ ବହି ଯାଇଥିବା ଅଙ୍ଗନଦୀ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବୀ କରୁଛନ୍ତି । ଏହା ସାଧିତ ହେଲେ ଚର୍ଦାପାଲି ପଞ୍ଚାୟତରେ ଥିବା ଦେବଦର୍ହା ଶୈବପୀଠ ଏକ ପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳୀରେ ପରିଣତ ହୋଇ ପାରିବା ସହିତ ବର୍ଷସାରା ଗମନାଗମନ ସୁବିଧା, ଅର୍ଥନୈତିକ ବିକାଶ ପ୍ରଭୃତି ହୋଇପାରନ୍ତା । ହେଲେ ସରକାରୀ ଉଦାସିନତା ଓ ପ୍ରଶାସନିକ ଇଛା ଶକ୍ତିର ଅଭାବ ଏଇ ପ୍ରସ୍ତାବିତ ପ୍ରକଳ୍ପରେ ବାଧକ ସାଜିଛି । ପ୍ରତିଶ୍ର୍ରୁତି ଦିଆଯାଇ ଆନ୍ଦୋଳନକାରୀ ମାନଙ୍କୁ ଆଶାବାଦୀ କରି ଦିଆଯାଉଛି, ଅଥଚ ଶେଷରେ ପ୍ରତିଶ୍ର୍ରୁତି ପାଣିର ଗାର ପାଲଟୁଛି ।

ଭବିଷ୍ୟତରେ ଯଦି ଏଇ ପ୍ରକ୍ରିୟା ଚାଲୁରହେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସର୍ବ ସମ୍ମତି କ୍ରମେ ପ୍ର‌ସ୍ତାବ ଗୃହୀତ ହୋଇଥିଲା । ଏହି ସେମିନାର୍‌ରେ ଡା.ନରେନ୍ଦ୍ର କୁମାର ପ୍ରଧାନ, ଦିଲ୍ଲୀପ ଦାସ, ସୁଶାନ୍ତ ସାହୁ, ଅଭିୟ କୁମାର ରଣା, ମଧୁସୂଦନ ଦାସ, ସମାରୁ ଧରୁଆ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.