ବିପିନ୍‌ ଦାଶଙ୍କ ବିୟୋଗରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ବିପିନ୍‌ ଦାଶଙ୍କ ବିୟୋଗରେ ନବୀନର ସଂପାଦକ ତଥା ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସଂବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ରଥ କହିଛନ୍ତି ସ୍ୱର୍ଗତ ଦାଶଙ୍କ ସହ ଗୋଟିଏ ସମୟରେ ପ୍ରଜାତନ୍ତ୍ରରେ ଏକାଠି କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ସେ ଜଣେ ଦକ୍ଷ ସଂଗଠକ ଭାବେ ସାମ୍ବାଦିକମାନଙ୍କୁ ଏକାଠି କରିବା ସହ ସେମାନଙ୍କ ସମସ୍ୟା ବିଶେଷ କରି ପେନସନ୍‌ ଯୋଜନା କାର୍ଯ୍ୟକାରୀ ନିମନ୍ତେ ଅହରହ ଲଢେ଼ଇ ଜାରି ରଖିଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଅପୂରଣୀୟ କ୍ଷତି ଘଟିଲା ବୋଲି ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.