ଆମେରିକା ଜଙ୍ଗଲରେ ପ୍ରଚଣ୍ଡ ଅଗ୍ନିକାଣ୍ଡ : ଧୂଆଁ ଉଠୁଛି ୪୦ ହଜାର ଫୁଟ୍‌ ଉପରକୁ

ଓ୍ବାଶିଂଟନ : ଆମେରିକାର କୋଲୋରାଡୋ ଜଙ୍ଗଲ ଏବେ ହୁ ହୁ ହୋଇ ଜଳୁଛି । ଇତିହାସର ଏହା ପ୍ରଥମ ବଡ଼ ଅଗ୍ନିକାଣ୍ଡ ବୋଲି କୁହାଯାଇଛି । ଏହି ପ୍ରଚଣ୍ଡ ଅଗ୍ନିକାଣ୍ଡରେ ପ୍ରାୟ ୪୦ ହଜାର ଫୁଟ୍‌ ଉପରକୁ ଧୂଆଁ ଉଠୁଥିବା କୁହାଯାଇଛି । ପ୍ରତି ଘଣ୍ଟାରେ ଜଳୁଛି ୬ ଏକର ଜଙ୍ଗଲ । ମାତ୍ର କେବଳ ୫ ପ୍ରତିଶତ ସ୍ଥାନରେ ନିଆଁ ଲିଭାଇବାରେ ସକ୍ଷମ ହୋଇଛି ଅଗ୍ନିଶମ ବାହିନୀ ବୋଲି ସୂଚନାରେ କୁହାଯାଇଛି । ତେବେ ୧୪ ଅକ୍ଟୋବରରୁ ଏହି ନିଆଁ ଲାଗିଥିବା ବେଳେ ୧୦ ଦିନ ପରେ ବି ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ପାରିନାହିଁ । ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ୫ ଲକ୍ଷ ଏକର ଜଙ୍ଗଲ ଧ୍ବଂସ ହୋଇ ସାରିଛି । ସୂଚନା ଯୋଗ୍ୟ ଯେ, ଆଗରୁ ଚଳିତ ବର୍ଷ କାଲିଫ‌ର୍ଣ୍ଣିଆରେ ଅଗ୍ନିକାଣ୍ଡ ହେତୁ ୪୦ ଲକ୍ଷ ଏକର ଜଙ୍ଗଲ ଧ୍ବଂସ ହୋଇଥିବା ରିପୋର୍ଟ ରହିଛି ।

Leave A Reply

Your email address will not be published.