ପାଇଖାନା ଦୁର୍ନୀତିରେ ଉବୁଟୁବୁ ବ୍ଲକ୍ ପ୍ରଶାସନ : ଆର୍‌ଟିଆଇ ମାଗିବାର ଗୋଟେ ମାସ ପରେ ମଧ୍ୟ ମିଳୁନି ତଥ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ବିଭିନ୍ନ ଗାଁରେ କେନ୍ଦ୍ର ସରକାରଙ୍କ ତରଫରୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରି ସୂଚନାଫଳକ ଲଗାଯାଇଛି । ହେଲେ ଗାଁର ପ୍ରକୃତ ଦୃଶ୍ୟ ଭିନ୍ନ । କେତେକ କ୍ଷେତ୍ରରେ ଜଣେ ଜଣେ ହିତାଧିକାରୀ ୩ଟି ଲେଖାଏଁ ପାଇଖାନା ନିର୍ମାଣ କରିଥିବା ନେଇ ଅଭିଯୋଗ ହେଉଛି । ଏହି ଅଭିଯୋଗକୁ ନେଇ ଗତ ମାସ ୧୮ ତାରିଖ ଦିନ ଦେଓଗାଁ ବ୍ଲକ୍ ଗୌଡ଼ଗୋଠ ପଞ୍ଚାୟତ ରତାଖଣ୍ଡି ଗାଁର ପୀତାମ୍ବର ପଧାନ ଦେଓଗାଁ ଏବିଡିଓଙ୍କ ନିକଟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ସେ ଦେଓଗାଁ ବ୍ଲକ୍‌ରେ କାର୍ୟ୍ୟକାରୀ ହୋଇଥିବା ସ୍ଵଚ୍ଛ ଭାରତ ଯୋଜନାରେ ୨୦୧୮-୧୯, ୨୦୧୯-୨୦ ମଧ୍ୟରେ ନିର୍ମାଣ ହୋଇଥିବା ଶୌଚାଳୟର ତଥ୍ୟ, ହିତାଧିକାରୀଙ୍କ ନାମ ସହ ତାଳିକା, ମୋଟିଭେଟର୍‌ମାନଙ୍କୁ ଦିଆଯାଇଥିବା ଆର୍ଥିକ ସହାୟତାର ତଥ୍ୟ ମାଗିଥିଲେ । ହେଲେ ତାଙ୍କୁ ବ୍ଳକ ପକ୍ଷରୁ ସୂଚନା ମାଗିବାର ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ କୌଣସି ତଥ୍ୟ ଯୋଗାଇ ଦିଆଯାଇନାହିଁ । ତୁରନ୍ତ ତାଙ୍କୁ ଏସବୁ ତଥ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.