pakka

ସିଆଇଟିୟୁର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

bbehera
  • କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ
  • ସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସଂଗ୍ରାମୀ ଶ୍ରମିକ ସଂଗଠନ ଭାରତର ଟ୍ରେଡ୍ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ୫୪ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନର ଜିଲ୍ଲା କାର୍ଯ୍ୟାଳୟ ଶ୍ରମିକ ଭବନ, ସେକ୍ଟର ୧୬ଠାରେ ପାଳନ କରାଯାଇଛି । ସିଆଇଟିୟୁ ରାଜ୍ୟ ଉପସଭାପତି ତଥା ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି ସଂଗଠନର ଲାଲ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲା ଉପସଭାପତି ବସନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ପାଳନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ବରିଷ୍ଠ ଉପସଭାପତି ଶ୍ରୀମନ୍ତ ବେହେରା ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ, ଆଜିର ଦିନରେ ସିଆଇଟିୟୁ ୧୯୭୦ ମସିହାରେ ତାର ପ୍ରଥମ ସର୍ବଭାରତୀୟ ସମ୍ମିଳନୀ କଲିକତାଠାରେ ଅନୁଷ୍ଠିତ କରି ସଂଗଠନ ତାର ପ୍ରତିଷ୍ଠା ଘୋଷଣା କରିଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଲଗାତର ଓ ସାଲିସହୀନ ଭାବେ ସିଆଇଟିୟୁ ଦେଶର ଶ୍ରମିକ ଶ୍ରେଣୀ ସ୍ଵାର୍ଥର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରି ଆସୁଛି । ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ବିରୋଧରେ ନବେ ଦଶକରେ ଶ୍ରମିକ ଶ୍ରେଣୀ ଉପରେ ଆସିଥିବା ପ୍ରଚଣ୍ଡ ଆକ୍ରମଣ ହେଉ କିମ୍ବା ବର୍ତ୍ତମାନ କେନ୍ଦ୍ରରେ ମୋଦୀ ସରକାରଙ୍କ ସାଂପ୍ରଦାୟିକ ଓ ଶ୍ରମିକ ମାରଣନୀତି ବିରୁଦ୍ଧରେ ଏବଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ । ଦେଶର ସ୍ୱାଧୀନତା ପୂର୍ବରୁ ଓ ପରେ ଅନେକ ସଂଗ୍ରାମ କରି ଶ୍ରମିକ ଶ୍ରେଣୀ ନିଜ ପାଇଁ ଯେଉଁ ଶ୍ରମ ଆଇନଗୁଡିକୁ କରି ପାରିଥିଲା ଆଜି ମୋଦୀ ସରକାର ବୃହତ୍ ପୁଞ୍ଜିପତି ଓ କର୍ପୋରେଟ ସଂସ୍ଥାମାନଙ୍କ ସ୍ଵାର୍ଥରେ ସେଗୁଡ଼ିକ ପରିବର୍ତ୍ତନ କରି କୋର୍ଡ କରି ଦେବା ଫଳରେ ଶ୍ରମିକ ଶ୍ରେଣୀ ସଂପୂର୍ଣ୍ଣ ଭାବେ କ୍ରୀତଦାସରେ ପରିଣତ ହେବେ, ସେମାନଙ୍କ କୌଣସି ଆଇନଗତ ଅଧିକାର ରହିବ ନାହିଁ । ଏହା ବିରୋଧରେ ଦେଶବ୍ୟାପୀ ଶ୍ରମିକ ଓ କୃଷକମାନଙ୍କ ଐକ୍ୟବଦ୍ଧ ଆନ୍ଦୋଳନ ସିଆଇଟିୟୁ ନେତୃତ୍ୱରେ ସଂଗଠିତ ହେଉଥିବା ବେଳେ ଏହାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବା ପାଇଁ ବକ୍ତାମାନେ ଆହ୍ୱାନ କରିଥିଲେ । ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସିଆଇଟିୟୁ ଜିଲ୍ଲା ନେତା ବିପି ମହାପାତ୍ର, ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ତାଜମୁନ୍ ନେହାର, ଅଜୟ ଶର୍ମା, ସାଲୋମୀ ମିଞ୍ଜ, ରତ୍ନାକର ନାୟକ, ସୁରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଏନ୍ ଏନ୍ ପାଣିଗ୍ରାହୀ, ଅରୁଣ ମହାରଣା, ପ୍ରଦୀପ ସେଠୀ, ସଚିନ୍ ରାୟ, ପ୍ରଦୋଷ ପରିଡ଼ା, ବିକ୍ରମ ଜଗତି, ସୁରେଶ ବେଉରିଆ, ଜେ କେ ସାହୁ, ପ୍ରମୋଦ ପରିଡ଼ା, ଜନ୍ମେଜୟ ଘୋଷ, କୁନ୍ଦନ ବେହେରା, ରାଜୀବ ବସନ୍ତରାୟ ପ୍ରମୁଖଙ୍କ ସମେତ ବହୁ ଶ୍ରମିକ ସାମିଲ ହୋଇଥିଲେ ।

Leave A Reply

Your email address will not be published.

5 × five =