pakka

ଗଞ୍ଜାମ ଏନ୍‌ଏସିରୁ ବ୍ରହ୍ମପୁର ପାଇଁ ସିଟି ବସ୍‌ ସେବା ଆରମ୍ଭ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଦେଇ ସିଟି ବସ୍‌ ସେବା ବ୍ରହ୍ମପୁରକୁ ମଙ୍ଗଳବାର ଦିନଠାରୁ ଚଳାଚଳ ଆରମ୍ଭ ହେବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ଦାବୀ ହୋଇ ଆସୁଥିବା ବେଳେ ବିଳମ୍ୱରେ ହେଲେ ମଧ୍ୟ ସେବା ଆରମ୍ଭ ହୋଇଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ସିଟି ବସ୍‌ ଦ୍ୱାରା ସହରର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଅଧ୍ୟୟନ ନିମନ୍ତେ ସହଜରେ ଗଞ୍ଜାମରୁ ବ୍ରହ୍ମପୁର ଯାତାୟାତ କରି ପାରିେ । । ପ୍ରକାଶ ଯୋଗ୍ୟ ଯେ, ସହରବାସୀ ଏନେଇ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ଏହି ସେବା ଆରମ୍ଭ ହୋଇଛି । ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ପ୍ରଚେଷ୍ଟା ଯୋଗୁଁ ଶୀଘ୍ର ଏହି ସେବା ଆରମ୍ଭ ହୋଇ ପାରିଲା ବୋଲି ସହରରେ ଆଲୋଚନା ହେଉଛି ।

Leave A Reply

Your email address will not be published.

three × one =