pakka

କେଏମପି ସ୍ପୋର୍ଟସ୍‌ ଏକାଡେମୀର ୨୭ତମ କଲର ବେଲ୍ଟ ପ୍ରତିଯୋଗିତା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ କେଏମପି ସ୍ପୋର୍ଟସ୍‌ ଏକାଡେମୀ ପକ୍ଷରୁ ୨୭ତମ କଲର ବେଲ୍ଟ ପ୍ରତିଯୋଗିତା ଛତ୍ରପୁରସ୍ଥ ଲକ୍ଷ୍ମଣ ଭବନ ପରିସରରେ ଥିବା ଏହି ଅନୁଷ୍ଠାନର ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ଜିଲ୍ଲା ଟାଏକୋଣ୍ଡୋ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନଙ୍କ ଦିଗଦର୍ଶନରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୯୦ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି । ୬ଷ୍ଠ ଡାନ ବ୍ଲାକ ବେଲ୍ଟ ଧାରୀ ଆନ୍ତର୍ଜାତିକ କୋଚ ମନମୋହନ ଭଞ୍ଜ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ଅଫଲାଇନ୍‌ ପ୍ରାକ୍ଟିକାଲ ଓ ଅନଲାଇନ୍‌ ଥିଓରି ପରୀକ୍ଷା କରିଥିଲେ । ମାଧପୁର ସ୍ଥିତ ଗଞ୍ଜାମ ଏକାଡେମୀର ୭ ଜଣ, ଛତ୍ରପୁରର କେଏମପି ସ୍ପୋର୍ଟସ ଏକାଡେମୀରୁ ୬୫ ଜଣ, ଗଞ୍ଜାମର ହୋପ ଟାଇକୋଣ୍ଡୋ ଏକାଡେମୀରୁ ୧୨ ଜଣ ଓ ପୁରୁଷୋତ୍ତମପୁର ଏକାଡେମୀରୁ ୬ ଜଣ ପରୀକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ଟାଏକୋଣ୍ଡୋ ସଂଘର ମହିଳା ବିଭାଗର ଅଧ୍ୟକ୍ଷା ଡକ୍ଟର ଅନୀତା ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସାଇ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଏନ୍‌ଆଇଏସ ଟାଏକୋଣ୍ଡୋ କୋଚ ଇ ଲଳିତ କୁମାର, ସି.ଏଚ. ପ୍ରସାଦ ନାୟକଙ୍କ ସମେତ ପି. ଅଭିମାନୁ ରେଡି, ବିକାଶ ଗୌଡ଼, ପ୍ରୀତମ ନାୟକ, ପୀୟୂଷ ପ୍ରସାଦ ଷଡଙ୍ଗୀ, ଅମନ କୁମାର ପାତ୍ର, ଏ.ଚିନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

15 + 19 =