pakka

ପଞ୍ଚାୟତସ୍ତରୀୟ ଭଲିବଲ ଓ ଫୁଟବଲ ମ୍ୟାଚ ଅନୁଷ୍ଠିତ

bbehera

କଳାହାଣ୍ଡି, (ପି.କେ.ସାହୁ) : ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଅବ୍ୟବହିତ ପୂର୍ବରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତରେ ବିଭିନ୍ନ ଖେଳକୁଦ ସମାରୋହ ଅନୁଷ୍ଠିତ ହେଉଛି । ଏହି ଅବସରରେ ରବିବାର ଦିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ତରଫରୁ ସ୍ଥାନୀୟ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ପଞ୍ଚାୟତସ୍ତରୀୟ ଭଲିବଲ୍ ଓ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ମୁସ୍କୁଟି ପଞ୍ଚାୟତର ପିଇଓ ପ୍ରଦୀପ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବରେ ମୁସ୍କୁଟି ପଞ୍ଚାୟତ ସରପଞ୍ଚ ସଞ୍ଜୁଲତା ଭୋଇ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ଚରଣ ସେନାପତି, ସାମ୍ବାଦିକ ଅଜୟ କୁମାର ସେନାପତି, ୱାର୍ଡ଼ ସଭ୍ୟ/ସଭ୍ୟା ପୁଷ୍ପଲତା ଭୋଇ, ନିଳାଞ୍ଚଳ ପାତ୍ର, ଦିଲ୍ଲୀପ କୁମୁରା, ବିମଳା ସାହୁ ଓ ସମାଜସେବୀ ପତିତପାବନ ଭୋଇ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ପ୍ରଥମେ ଫୁଟବଲ ଖେଳ ସାଲିଙ୍ଗ୍ ଓ କୁଟେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ୧–୧ ଗୋଲ୍‌ରେ ଡ୍ର ହୋଇଥିବା ବେଳେ ପରବର୍ତ୍ତୀ ମ୍ୟାଚ୍ କେନ୍ଦୁପଡା ଓ କାରୁମପଦର ମଧ୍ୟରେ ଅନୁଷ୍ଠିତ ହୋଇ ଡ୍ର ହୋଇଥିଲା । ପରେ ଭଲିବଲ୍ ମ୍ୟାଚ ମୁସ୍କୁଟି ଓ କେନ୍ଦୁପଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁସ୍କୁଟି ବିଜୟୀ ହୋଇଥିଲା । ସୂଚନା ମୁତାବକ ଗ୍ରାମ ପଞ୍ଚାୟତ ସ୍ତରରେ ହେଉଥିବା ମ୍ୟାଚ୍‌ରୁ ଭଲ ଭଲ ଖେଳାଳି ଚୟନ କରାଯାଇ ବ୍ଲକସ୍ତରୀୟ ଟିମ୍ ଗଠନ କରାଯିବ । ଏହି ଖେଳ ପରିଚାଳନା ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସମୀର ରଞ୍ଜନ ନାଏକ କରିଥିବା ବେଳେ ଲାଇନରେ ସଡମାତୁର ନାଏକ ଓ କହଁର ପାତ୍ର ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାଲା ଗହିର, ବନମାଳୀ ବାଗ, ଡିସନ୍ଦର୍ ପଟେଲ୍ ଓ ତ୍ରିଲୋଚନ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

nineteen + 5 =