oom

କୋଣାର୍କ ଉତ୍ସବ ଅବସରରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

jsmm

କୋଣାର୍କ : କୋଣାର୍କ ଉତ୍ସବ ଅବସରରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ । କୋଣାର୍କ ମିଡିଆ ଫୋରମ ପକ୍ଷରୁ ଆୟୋଜିତ ପର୍ଯ୍ୟଟନ ବିଭାଗ ସହାୟତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆୟୁଷ ଡାକ୍ତର ବିଧୂଭୁଷଣ ନାୟକ, ଶିକ୍ଷାବିତ ଶରତ ଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ଖଟୋଇ, କୋଣାର୍କ ସାହିତ୍ୟ ସଂସଦ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସାହିତ୍ୟ ସଂସଦ ସଂପାଦକ ରବିନ୍ଦ୍ରନାଥ ବାହିନୀପତି, କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ, ଲୋଟସ ରିସର୍ଟ ପରିଚାଳକ ଭରତ ଭୁଷଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଚିତ୍ରାଙ୍କନରେ ‘ଐତିହ୍ୟ ସ୍ଥଳ’ ଓ ପ୍ରବନ୍ଧରେ ‘ସ୍ୱଚ୍ଛ ଓ ସବୁଜ କୋଣାର୍କ’କୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯାଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧି କରାଯାଇଥିଲା । କାର୍ଯ୍ୟକ୍ରମକୁ କୋଣାର୍କ ମିଡିଆ ଫୋରମର ସଭାପତି ଅବନୀ ଭୂଷଣ ବାରିକ, ସମ୍ପାଦକ ମାନସ ରଞ୍ଜନ ପାତ୍ର, ଉପସଭାପତି ମିଲନ କୁମାର ମହାନ୍ତି, ଉପଦେଷ୍ଟା ଦୂର୍ଗା ପ୍ରସାଦ ମହାପାତ୍ର, ରୀତାରାଣୀ ସେଠୀ ପ୍ରମୁଖ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.