jayashree

ସାଇ ସରଗମ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ଲବ ପରିସରରେ ସାଇସରଗମ ମ୍ୟୁଜିକାଲ ଆଣ୍ଡ ସୋସିଆଲ ଟ୍ରଷ୍ଟ ପକ୍ଷରୁ ରଙ୍ଗ କେ ସିତାରେ ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପ୍ରତିଷ୍ଠାତା ଝୁନୁ ନାୟକଙ୍କ ପୌରହିତ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବିଦ୍ୟାଳୟର ୨ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ନୃତ୍ୟ, ସଂଗୀତ, ମଡେଲିଙ୍ଗ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ଭାସ୍କର ପୁହାଣ, ଆଶାଲତା ଷଡ଼ଙ୍ଗୀ, ଅଜୟ ପାଣି, ଦୀପିକା ଦେ, ଦେବସ୍ମିତା ଦାସ, ଅସିତ ଯୋଯୋ, ସୋନୀ ତନୀ, ଦେବସ୍ମିତା ମହାନ୍ତି, ରବର୍ଟ ହାଇଫିଲ, ଲାଖ ସାହୁ, ହେମା ଏକ୍କା, ପ୍ରଶାନ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ପରିଚାଳନା କରିଥିଲା ବେଳେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଂଗ୍ରାମ ପତି, ପ୍ରଦୀପ୍ତି ରାୟ, ପ୍ରାଞ୍ଜଳୀ ନାଗ, ବନ୍ଦିତା ବାଗ, ମୁକ୍ତିକାନ୍ତ ବେହେରା, ଆନନ୍ଦ ପାଗଲ, ମରୁଲୀ ମୋହନ, ବିଶ୍ୱଜିତ ବଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.