csstore

ଯାଜ୍ଞସେନୀ ତରଫରୁ ପ୍ରବନ୍ଧ, ଗଳ୍ପ, କବିତା ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ ଯାଜ୍ଞସେନୀ ଅନୁଷ୍ଠାନ ତରଫରୁ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠାନର ଉପଦେଷ୍ଟା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ, ଗଳ୍ପ ଓ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ତଥା ବକ୍ତା ଭାବରେ ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର ଦାସ ଯୋଗଦେଇ ପିଲାମାନଙ୍କୁ ଛୋଟ ଛୋଟ ଗଳ୍ପ ମାଧ୍ୟମରେ କିପରି ଗଳ୍ପ, କବିତା ପ୍ରବନ୍ଧ, ନାଟକ ଇତ୍ୟାଦି ଲେଖା ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ସୁସ୍ମିତା ମହାପାତ୍ର ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ (ରାଉରକେଲାର ଅନନ୍ୟ ସାହିତ୍ୟ ପ୍ରତିଭା, ପରିଶ୍ରମ ଅଧ୍ୟବସାୟ ଓ ବ୍ୟବହାର, ଏବଂ ସ୍ୱରଚିତ କବିତା) ବିଷୟବସ୍ତୁ ଉପରେ ଲେଖିଥିଲେ । ୭୦ରୁ ୮୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦିକା ନୀନା ରାଣୀ ଜେନା କାର୍ଯ୍ୟକ୍ରମ ଉପରେ ସମ୍ୟକ୍ ସୂଚନା ଦେଇଥିଲେ । ସଭ୍ୟା ତୃପ୍ତି ପଟ୍ଟନାୟକ, ଆରତୀ ମିତ୍ର, ସବିନା ମହନ୍ତ, ଜୟଶ୍ରୀ ବିଶ୍ଵାଳ, ଅଞ୍ଜଳି ଜେନାଙ୍କ ସହିତ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.