csstore

ବଙ୍ଗୋମୁଣ୍ଡାରେ ଭାରତୀୟ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଥିବା ଇଂଲିଶ ମିଡିୟମ ସ୍କୁଲଠାରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ପୂଜାର୍ଚ୍ଚନା କରାଯିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ ଯୋଶୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଚାରକ ଭାବେ ଶିକ୍ଷକ ସୁରେଶ ସୁନ୍ଦରା, ପଞ୍ଚାନନ ବରିହା, ମିଳନ ପ୍ରଭା ନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ ସ୍କୁଲର ଶିକ୍ଷୟିତ୍ରୀ କଞ୍ଜନେତ୍ରୀ ଦାସ, ସଂଘମିତ୍ରା ପଣ୍ଡା, ସୁଜାତା ବାଗ, ବେବି ହଂସ, ରିମା ସାହୁ, ରାଜଶ୍ରୀ ବେହେରା, ଆଇସା ତାଣ୍ଡି, ବାଗେଶ୍ରୀ ସୁଲକ୍ଷଣା ଦାସ, ସଂଯୁକ୍ତା ଚଳାନ, ଶିକ୍ଷକ ବିକାଶ ସରାଫ, ମନୋଜ ସାହୁ, ସତ୍ୟନାରାୟଣ ପୁଟେଲ, ରବୀନ୍ଦ୍ର ପୁଟେଲ, ଘନଶ୍ୟାମ ସାହୁ ପ୍ରମୁଖଙ୍କ ସମେତ ଅନୁଷ୍ଠାନର କର୍ମଚାରୀମାନେ ସହଯୋଗ କରିଥିଲେ । ବିଜ୍ଞାନ ମେଳାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି । ।

jayashree
Leave A Reply

Your email address will not be published.