pakka

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା : କୁମ୍ଭାରୀକୁ ହରାଇ ସେମି ଫାଇନାଲରେ କୁଠୁର୍ଲା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା କ୍ରିକେଟ ପ୍ରତିଯୋଗିତା ଆଜି ତୃତୀୟ ଦିନରେ ପହଞ୍ଚିଛି । ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚରେ ପୁଳସଖଣ୍ଡ ଓ କୁମ୍ଭାରି ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ କୁମ୍ଭାରୀ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୨ ୱିକେଟ ହରାଇ ୯୩ରନ କରିଥିବା ବେଳେ ବିପକ୍ଷ ପୁଳସଖଣ୍ଡ ଦଳ ୫୭ରନ କରି ପରାଜିତ ହୋଇଥିଲା । ଦ୍ଵିତୀୟ ମ୍ୟାଚରେ ତାଲବାହାଲ ଓ କୁଠୁର୍ଲା ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ତାଲବାହାଲ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୫ ୱିକେଟ ହରାଇ ୩୩ରନ କରିଥିବା ବେଳେ ବିପକ୍ଷ କୁଠୁର୍ଲା ଦଳ ୩.୪ ଓଭରରେ ଲକ୍ଷ୍ୟ ପୁରଣ କରି ବିଜୟୀ ହୋଇଥିଲା । ପ୍ରଥମ କ୍ୱାଟରଫାଇନାଲ ମ୍ୟାଚରେ କୁମ୍ଭାରୀ ଓ କୁଠୁର୍ଲା ଦଳ ମଧ୍ୟରେ ହୋଇଥିଲା । କୁଠୁର୍ଲା ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୧୦୮ ରନ କରିଥିବା ବେଳେ କମ୍ଭାରି ଦଳ ସମସ୍ତ ଓଭର ଖେଳି ୭ ୱିକେଟ ବିନିମୟରେ ୯୭ ରନ କରି ପରାଜିତ ହୋଇଥିଲା । ଆଜିର ବିଜୟୀ ଦଳ କୁଠୁର୍ଲା ଦଳ ସେମିଫାଇନାଲକୁ ପ୍ରବେଶ କରିଛି । ଆଜିର ମ୍ୟାଚକୁ ଦୁଷ୍ମନ୍ତ ମେହେର, ସଚିନ ମେହେର ପରିଚାଳନା କରିଥିବା ବେଳେ ରାଧାକାନ୍ତ ଦାସ ସ୍କୋର ବୋର୍ଡ ଦାୟିତ୍ଵ ତୁଲାଇଥିଲେ ।

jay balangir
Leave A Reply

Your email address will not be published.

sixteen + six =