ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲା ସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ କବି ପ୍ରସାଦୀ ସାହୁ ମୁଖ୍ୟ ଅତିଥି ଏବଂ ସୁସାହିତ୍ୟିକା ଶୁଭଲକ୍ଷ୍ମୀ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ନେଇ ଜ୍ଞାନ ଆହରଣ ଓ ଲୁକ୍କାୟିତ ପ୍ରତିଭାର ଉନ୍ନତି ଦିଗରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବସନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଆହୁତ ଏହି ସଭାରେ ସେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୁରୁତ୍ଵ ଉପରେ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରଣତି ବେହେରାଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାକରଣ ଦକ୍ଷତା, କବିତା ଆବୃତ୍ତି, ବକ୍ତୃତା, ଭଜନ ଗାନ, ସଙ୍ଗୀତ ଓ ଶବ୍ଦଧନ୍ଦା ଆଦି ଭାଷା ଓ ଐତିହ୍ୟ ଭିତ୍ତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରତିଭା ତନ୍ତୀ, ଅଧ୍ୟାପିକା ରଶ୍ମୀରେଖା ସାହୁ, ଅଧ୍ୟାପିକା ଅରୁଣା ଭୋଇ ଓ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସର୍ବଶେଷରେ ଅଧ୍ୟାପିକା ପ୍ରତିଭା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 + sixteen =