csstore

ପ୍ରମୋଦ, ରୀତା, ଦ୍ରୋପଦୀ, ଉର୍ମିଲା କଲେ ପ୍ରାର୍ଥୀପତ୍ର ଦାଖଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଜୋର ସୋର ପ୍ରଚାର ପ୍ରସାର ଚାଲିଛି । ତେବେ ବ୍ଳକର ଚଳିତ ନିର୍ବାଚନରେ ୧ ଲକ୍ଷ ୧୪ ହଜାର ୭୭୫ ମତଦାତା ପ୍ରାର୍ଥୀ ଚୟନ କରିବେ ବୋଲି ଜଣାପଡିଛି । ବ୍ଳକ ଅଧିନସ୍ଥ ୩୦ ଏବଂ ୩୨ ନମ୍ୱର ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଥିବା ବେଳେ ୩୧ ନମ୍ୱର ଯୋନ ମହିଳା ପାଇଁ ସଂରକ୍ଷିତ ରହିଛି । ତେବେ ୨୦୧୭ ମସିହାରେ ଏହି ତିନୋଟି ଆସନରୁ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲା କିନ୍ତୁ ବେଳଗାଁ ଯୋନରେ ବିଜେପି ଦଳ କୌଣସି ପ୍ରକାରର ବିକାଶ କାମ କରିନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ନିର୍ବାଚନରେ ଶାସକ ଦଳ ପାଇଁ ବିଜୟ ଲାଭ କରିବା ଚ୍ୟାଲେଞ୍ଜ ସଦୃଶ ହୋଇଛି । ତେବେ ୩୧ ନମ୍ୱର ଜୋନରୁ ମନ୍ତ୍ରୀ ଟୁକୁନି ସାହୁଙ୍କ ଆଶୀର୍ବାଦ କ୍ରମରେ ବିଜେଡିରୁ ରୀତାରାଣୀ ସାହୁ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ଆଶୀର୍ବାଦ କ୍ରମରେ ୩୨ ନମ୍ୱର ଜୋନର କଂଗ୍ରେସ ଦଳରୁ ପ୍ରମୋଦ ଭୋଇ, ୩୧ ନମ୍ୱର ଯୋନ୍‌ର କଂଗ୍ରେସରୁ ଦ୍ରୋପଦୀ ବେହେରା ଓ ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ଆଶୀର୍ବାଦ କ୍ରମରେ ୩୧ ନମ୍ୱର ଜୋନର ଉର୍ମିଲା ରଣା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକୁ ନେଇ ତିନି ଦଳ ମଧ୍ୟରେ ନିର୍ବାଚନ ପାଇଁ ତତ୍ପରତା ଦେଖାଦେଇଛି ।

jayashree
Leave A Reply

Your email address will not be published.