pakka

ସାମ୍ବାଦିକମାନଙ୍କ ଉଦ୍ୟମ ଯୋଗୁଁ ପାଇକମାଲରେ ଡିଭାଇଡର କାମ ଆରମ୍ଭ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତିରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଅନେକ ଦୁର୍ଘଟଣା ଘଟି ୪ ମାସ ଭିତରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାରୁ ପାଇକମାଲ ସାମ୍ବାଦିକମାନେ ମିଠାପାଲିରୁ ପାଇକମାଲ କଲୋନିପଡା ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ଦେବା ପାଇଁ ଦାବୀ କରି ଆସୁଥିଲେ । ଅକ୍ଟୋବର ୨୫ ତାରଖ ଦିନ ଏନେଇ ପାଇକମାଲ ବିଡିଓଙ୍କୁ ଏକ ଦାବୀପତ୍ର ଦିଆଯାଇଥିଲା ୧ମାସ ଭିତରେ ଦାବୀ ପୁରଣ ନହେଲେ ନଭେମ୍ବର ୨୫ରେ ଧାରଣା ଦେବା ପାଇଁ ସ୍ଥିର କରାଯାଇଥିଲା । ନଭେମ୍ବର ୨୪ ତାରିଖ ପଦ୍ମପୁର ପୂର୍ତ୍ତ ବିଭାଗ ଏସଡିଓ ଜିତେନ୍ଦ୍ର ମେହେର ପାଇକମାଲ ସାମ୍ବାଦିକମାନଙ୍କୁ ଡକାଇ ଡିଭାଇଡର ନିର୍ମାଣ ପାଇଁ ଟେଣ୍ତର ଡକାଯାଇଛି ଖୁବ ଶୀଘ୍ର ଡିଭାଇଡର ନିର୍ମାଣ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ଗୁରୁବାର ମିଠାପାଲିଠାରୁ ବିଜୁ ଏକ୍ସପ୍ରେସ ୱେରେ ଡିଭାଇଡର କାମ ଆରମ୍ଭ ହୋଇଥିବାରୁ ପାଇକମାଳ ସାମ୍ବାଦିକମାନଙ୍କୁ ପାଇକମାଳ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । ସାମ୍ବାଦିକମାନଙ୍କୁ ଏହି କାମରେ ପାଇକମାଲ ନାଗରିକ କମିଟି ଓ ବଣିକସଂଘର କର୍ମକର୍ତ୍ତାମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

eighteen − eleven =