pakka

ବଲାଙ୍ଗିରରେ କଂଗ୍ରେସ ଦଳର ୧୧ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ : ମମିତା ହତ୍ୟାକାଣ୍ଡ, ବେରୋଜଗାରୀ, ଧାନ କିଣା ଦୁର୍ନୀତି ହେବ ମୁଖ୍ୟ ପ୍ରସଙ୍ଗ-ସମରେନ୍ଦ୍ର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେରୋଜଗାରୀ, ଧାନକିଣା ଦୁର୍ନୀତି, ମମିତା ହତ୍ୟାକାଣ୍ଡରେ ସରକାରୀ ଦଳର ସଂପୃକ୍ତି ଯୋଗୁଁ ଆଜି ଦିନରେ ସରକାର ଏବଂ ବିଜୁ ଜନତା ଦଳକୁ ଲୋକେ ଘୃଣ୍ୟ ଦୃଷ୍ଟିରେ ଦେଖିଲେଣି । ତା ଉପରକୁ ଆହୁରି ନିର୍ବାଚନୀ ସଂରକ୍ଷଣରେ ପଛୁଆ ବର୍ଗ ଏବଂ ଆଦିବାସୀ ହରିଜନଙ୍କ ପ୍ରତି କରାଯାଇଥିବା ଅବହେଳା ଯୋଗୁଁ ଏ ସରକାରଙ୍କ ଅସଲ ମୁଖାକୁ ଲୋକ ଜାଣିଗଲେଣି ତେଣୁ ଏହି ନିର୍ବାଚନରେ ଆମେ ସରକାର ଏବଂ ବିଜୁ ଜନତା ଦଳଙ୍କ ପ୍ରାର୍ଥୀ ଏପରି କି କେନ୍ଦ୍ରରେ ଥିବା ବିଜେପି ସରକାର ଏବଂ ତାଙ୍କ ପ୍ରାର୍ଥୀଙ୍କ ବିରୁଦ୍ଧରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବୁ ବୋଲି ଆଜି ବଲାଙ୍ଗିର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ବଲାଙ୍ଗିର ଏବଂ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ଥିବା ଏଆଇସିସି ସଦସ୍ୟ ତଥା ପିସିସିର ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଜି ମଧ୍ୟାହ୍ନ ୧୨ ଟା ପରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସମସ୍ତ ୧୧ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ନେଇ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣାରେ ନାମାଙ୍କନ ଦାଖଲ କରାଯାଇଥିଲା । ବଲାଙ୍ଗିର ବିଧାନସଭା ଅଂଚଳର ଦେଓଗାଁ ବ୍ଲକ ସ୍ଥିତ ଜୋନ ନଂ ୧୩ରୁ ମୁକ୍ତାଦେଇ ତାଣ୍ଡି, ଜୋନ ନଂ.୧୨ରୁ କବିତା ଭୋଇ, ବଲାଙ୍ଗିର ସଦର ବ୍ଲକ ୨୨ ନଂ. ଜୋନରୁ ଯଶୋବନ୍ତି ବଘାର, ୨୩ ନଂ. ଜୋନରୁ ନିଳେନ୍ଦ୍ରୀ ସେଠ, ପୁଇଁନ୍ତଲା ବ୍ଲକ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକର ଜୋନ ନଂ.୩୩ରୁ ତନୟା ବେହେରା, ଜୋନ ନଂ.୩୪ରୁ ସବିତା କାଲସାଏ, ପୁଇଁନ୍ତଲା ବ୍ଲକର ଜୋନ ନଂ.୧୭ରୁ ଶୁଭ୍ରାଂଶୁ ଶେଖର ପଣ୍ଡା, ଜୋନ ନଂ.୧୮ରୁ ବିରୋଧ ତାଣ୍ଡି, ଜୋନ ନଂ.୧୯ରୁ ଉମାକାନ୍ତ ମହାନନ୍ଦ, ଆଗଲପୁର ବ୍ଲକ ଜୋନ ନଂ.୧ରୁ ଗଣେଶ କୁମାର ସାହୁ, ଜୋନ ନଂ.୨ରୁ ଧନଞ୍ଜୟ ବେହେରା ଆଜି ତାଙ୍କର ପ୍ରସ୍ତାବକ ଓ ସମର୍ଥକକୁ ନେଇ ଉପଜିଲ୍ଲାପାଳଙ୍କ ସମ୍ମୁଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀମାନଙ୍କ ପ୍ରସ୍ତାବକ ଓ ସମର୍ଥକଙ୍କ ବ୍ୟତିତ ଜୋନ ପ୍ରଭାରୀ, ବ୍ଲକ କଂଗ୍ରେସ ସଭାପତି ଗୁଡିକ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

19 + nine =