csstore

୨୯ରେ ପଦ୍ମପୁରରେ କୃଷକ ଅଧିକାର ରେଲି : ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୨୯ ତାରିଖ ଦିନ ପଦ୍ମପୁରରେ ଭାରତୀୟ ଜନତା ପାର୍ଟି ଆହ୍ବାନରେ କୃଷକ ଅଧିକାର ରେଲି ଓ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମନାରେ ଗଣ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଖଣ୍ତରେ ମଣ୍ତିମାନଙ୍କରେ ପଡି ରହିଥିବା ଧାନ ତୁରନ୍ତ ଉଠାଇବା, ଲେପ୍ସ ହୋଇ ଯାଇଥିବା ଚାଷୀଙ୍କ ଟୋକନକୁ ରିଜେନେରେଟ୍ କରିବା, ମଣ୍ତିରେ ଚାଷୀଙ୍କ ଧାନକୁ୧୦ କେ.ଜି କଟନ୍ ଛଟନି ବନ୍ଦ କରିବା, ଚାଷୀଙ୍କୁ ବସ୍ତା, ସୁତୁଳି ଓ ପରିବହନ ଖର୍ଚ୍ଚ ଯୋଗାଇ ଦେବା, ‘ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି’ ପାଇଁ ଓଡିଶାର ଯୋଗ୍ୟ ଚାଷୀମାନଙ୍କ ନାମ ତାଲିକା କେନ୍ଦ୍ରକୁ ପଠାଇବା ଆଦି ଦାବୀକୁ ନେଇ ପଦ୍ମପୁରରେ କୃଷକ ଅଧିକାର ରେଲିର ଆୟୋଜନ କରାଯାଇଛି । ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଚାଷୀ ସାମିଲ ହେବା ପାଇଁ ବିଜେପି ଆହ୍ବାନ ଦେଇଛି । ଏହି ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ, ମାଣ୍ତୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ଜଗଦଳପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ଝାରବନ୍ଦ ମଣ୍ତଳ ସଭାପତି ମିଳନ ପାଣ୍ତେ, ମୈତୀ ପ୍ରଧାନ ଓ ସକ୍ରିୟ କାର୍ୟ୍ୟକର୍ତ୍ତା ଯୋଗିରାମ ଭୋଇ, ନିତ୍ୟାନନ୍ଦ ହୋତା, ରାଜେନ୍ଦ୍ର ସେଠ, ସତ୍ୟ ନାରାୟଣ ବେହେରା, ଡା ଲମ୍ବୋଦର ପଣ୍ତା ସମେତ ବହୁ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ଦିଲ୍ଲୀରେ ଜାନୁଆରୀ ୨୬ ତାରିଖ ଦିନ କୃଷକ ମାନଙ୍କ ନାମରେ ଜାତୀୟ ପତାକାକୁ ଅସମ୍ମାନ ପ୍ରଦର୍ଶନ ଓ ଯେଉଁ ତାଣ୍ତବ ରଚାଗଲା ତାକୁ ଦୃଢ ନିନ୍ଦା କରାଯାଇଥିଲା ।

jayashree
Leave A Reply

Your email address will not be published.