pakka

ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି

bbehera
  • ଆସନ୍ତା ସେପ୍ଟେମ୍ବର ୯ରେ ଯାଦବ ଭବନଠାରେ ହେବ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ସମାଜ ଆନୁକୁଲ୍ୟରେ ପଶ୍ଚିମ ଓଡିଶାର ବଡଖା ତିହାର ନୂଆଁଖାଇ ଭେଟ୍‌ଘାଟ୍‌କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେପ୍ଟେମ୍ବର ୯ ତାରିଖ ଶୁକ୍ରବାର ଦିନ ଯାଦବ ଭବନଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ପୌରାଞ୍ଚଳ, ବ୍ଲକ, ସବ୍‌ ଡିଭିଜନ ଓ ଜିଲ୍ଲାବ୍ୟାପି ଏହି ଉତ୍ସବରେ ଯୋଗ ଦେବା ପାଇଁ ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା । ଦୂତିବାହନ ଚନ୍ଦନ, ହରିଶଙ୍କର ଛତ୍ରିଆ, ଅଷ୍ଟମୀ ବଗର୍ତ୍ତି, ପ୍ରଶାନ୍ତ ମହାକୁର, ଛବିଳ ବଗର୍ତ୍ତି, ଦିବାକର ପୋଡ, ଆକୁଳ ବଗର୍ତ୍ତି, ଜୟଦେବ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen − thirteen =

error: Content is protected !!