ବିଜେଡି ସକ୍ରିୟ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଚାଲୁଥିବା ପ୍ରଶିକ୍ଷଣ ଶିବିର ପରିପ୍ରେକ୍ଷୀରେ ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୩ ଓ ୩୪ ନମ୍ବର ଜୋନର ସକ୍ରିୟ ସଭ୍ୟମାନଙ୍କୁ ନେଇ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱର ଶଙ୍ଖ ଭବନରୁ ବିଜେଡି ପ୍ରବକ୍ତା ତଥା ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦିକା ମହେକ୍ଷିତା ମିଶ୍ର ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ପ୍ରୀତି ପ୍ରିୟଙ୍କା ଆସି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ସୋସିଆଲ୍‌ ମିଡ଼ିଆ ଓ କେନ୍ଦ୍ରର ଅବହେଳା ତଥା ଦଳର ସଂଗଠନ ଉପରେ ଆଲୋକପାତ କରି ସକ୍ରିୟ ସଭ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ବ୍ରଜମୋହନ ବିଶୋଇ, ଲୋଇସିଂହା ବ୍ଲକ ଅଧକ୍ଷ ଯତୀନ୍ଦ୍ର ପଟେଲ, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ସଂଯୁକ୍ତା ବରିହା, ମହିଳା ସଭାପତି ଜ୍ୟୋସ୍ନାମୟୀ ନାଗ, ଭଟଲି ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ପ୍ରତିନିଧି ଭାବେ ବରଗଡ ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଯୁବ ସଭାପତି ପ୍ରକାଶ ମହାରଣା, ଛାତ୍ର ସଭାପତି ଫିରୋଜ ଶାଥୁଆ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଲୋଇସିଂହା, ଆଗଲପୁର ଓ ପୁଇଁତଳା ବ୍ଲକର ୭ଟି ଜୋନ୍‌ର ସମସ୍ତ ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଶିବିର ତିନିଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.

five × 2 =

error: Content is protected !!