pakka

ନୂଆଁ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଜରାଂସିହା ଉଚ୍ଚ ବିଦ୍ୟାଳୟରେ ନୂଆ ଓଡିଶାରେ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଖେଳ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ଥନାପତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ପାଟଖଣ୍ଡା ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ବିଦ୍ୟାଳୟରେ ପହଂଚିଥିଲେ । ଦେଓଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ ମୂଖ୍ୟ ଅତିଥିଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳାର ମହତ୍ତ୍ୱକୁ ଉପଲବଧି କରିବା ପାଇଁ ଉତ୍ସାହିତ କରିଥିଲେ । ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ନୋଡାଲ ଅଫସ ର ପ୍ରାଧ୍ୟାପକ ଗୋବିନ୍ଦ ମେହେର ଦକ୍ଷତା ପରିପ୍ରକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଅନ୍ତର୍ଯ୍ୟାମୀ ଭୋଇ ଏବଂ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଧନ୍ୟବାଦ ଦେଇଥିଲେ । କାଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଆୟୋଜିତ ସଙ୍ଗୀତ ଓ ନୃତ୍ୟ ପ୍ରତିଯେ।ଗିତାରେ କୃଷ୍ଣ କୁମାର ସାହୁ, ମନିଷ କୁମାର ମେହେର, ସୁନିତ କୁମାର ମେହେର ଏବଂ ରଂଜନ କୁମାର ପାଣିଗ୍ରାହୀ ବିଚାରପତି ଭାବରେ ଯୋଗ ଦେଇଥିଲେ । ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣରେ କାର୍ଯ୍ୟକ୍ରମଟି ଆକର୍ଷଣୀୟ ଓ ସଫଳ ହୋଇଥିଲା ।

jay balangir
Leave A Reply

Your email address will not be published.

4 × 1 =