କୋଣାର୍କରେ ସାମ୍ବାଦିକଙ୍କୁ ପ୍ରଶିକ୍ଷଣ ଶିବିର

କୋଣାର୍କ : ସୋମବାର କୋଣାର୍କ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡ ଦ୍ୱାରା ଜିଲ୍ଲାସ୍ତରୀୟ ସାମ୍ବାଦିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କୋଣାର୍କ, କାକଟପୁର, ଗୋପ, ନିମାପଡ଼ା, ବଳଙ୍ଗା, ଅସ୍ତରଙ୍ଗ ସମେତ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ଯୋଗଦେଇଥିଲେ ।

ଏହି ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟରତ ସାମ୍ବାଦିକ ବେତନ ଆୟୋଗ ବିଷୟରେ ଆଲୋଚନା କରାଯିବା ସହ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ଵାରା ପ୍ରସ୍ତାବିତ ନୂଆ ଶ୍ରମ ବିଧାନ ଉପରେ ସାମ୍ବାଦିକ ମାନଙ୍କ ମତ ବିନିମୟ କରାଯାଇଥିଲା । ଏଥିରେ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ଆଂଚଳିକ ନିର୍ଦ୍ଦେଶିକା ସସ୍ମିତା ଭଟ୍ଟ, ପରିବେଶବିତ ଉମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉଦ୍‌ଘାଟନ କରିଥିଲେ ।

ସାମ୍ବାଦିକ ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ । ସେମାନଙ୍କର ଗଠନ ମୂଳକ ଭୂମିକା ଓ ସହଭାଗିତା ସରକାରଙ୍କ ଯୋଜନାକୁ ସମୃଦ୍ଧ କରିଥାଏ ବୋଲି ଶ୍ରୀମତୀ ଭଟ ମତବ୍ୟକ୍ତ କରିଥିଲେ । ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡର ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗଦେଇ କାର୍ଯ୍ୟକାରୀ ସାମ୍ବାଦିକ ବେତନ ଆୟୋଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡର ଶିକ୍ଷା ଅଧିକାରୀ ବସନ୍ତ କୁମାର ପାତ୍ର ବିବରଣୀ ପାଠ କରିଥିବା ବେଳେ ଜାଗେଶ୍ୱରୀ ଯୁବକ ସଂଘର ସଂପାଦକ ନକୁଳ ସ୍ୱାଇଁ, ସାମ୍ବାଦିକ ମନୋରଞ୍ଜନ ପଣ୍ଡା, ଆଇନଜୀବୀ ସୁରେଶ ଚନ୍ଦ୍ର ସ୍ଵାଇଁ, ସାମ୍ବାଦିକ ସୁକାନ୍ତ କୁମାର ବିଶ୍ୱାଳ ଓ ସମାଜସେବୀ ନିରଂଜନ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

one × five =