pakka

ତୃତୀୟ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ତ୍ରି-ଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

bbehera

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ତଥା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ମଦନପୁର, ଗୋଛାଦେଙ୍ଗେନ ଓ ଡ. କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚମାନଙ୍କୁ ନେଇ ତ୍ରୀ-ଦିବସୀୟ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମକୁ ମଦନପୁର ରାମପୁର ସରପଞ୍ଚ ବୀଣା ପାଣି ସାହୁ ଉଦ୍‌ଘାଟନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ତିନି ଦିନିଆ ତାଲିମର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ବିମଳ ବାଗ ଓ କୀର୍ତ୍ତନ ନାଏକ ଯୋଗଦେଇ ତାଲିମ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତରେ ୱାର୍ଡ ମେମ୍ବରମାନଙ୍କ ଭୂମିକା, ଦାୟିତ୍ଵ, କର୍ତ୍ତବ୍ୟ ଓ ବିଭିନ୍ନ ସରକାରୀ ଯୋଜନା, ପଲ୍ଲୀ ସଭା, ଗ୍ରାମ ସଭା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ତୃତୀୟ ଦିନରେ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମକୁ କ୍ଷେତ୍ର ପରିଦର୍ଶନ ପାଇଁ ୫ଟି ସ୍କୁଲ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରାଯିବ ବୋଲି ଆୟୋଜକ ଅନୁଷ୍ଠାନର ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପଂଚାୟତିରାଜ ପ୍ରତିନିଧିଙ୍କ ଜ୍ଞାନ ଓ କୌଶଳର ବୃଦ୍ଧି ପାଇଁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିଲା । ତାଲିମାର୍ଥୀଙ୍କୁ ଦାୟିତ୍ଵ, କର୍ତ୍ତବ୍ୟ, ୱାର୍ଡ ଏବଂ ଗ୍ରାମପଞ୍ଚାୟତ ବିକାଶରେ ସେମାନଙ୍କ ଭୂମିକା ବିଷୟରେ ସୂଚନା ଦେଇଥିଲେ । ଆୟୋଜକ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିବା ବେଳେ ସଂଯୋଜିକା ମମିତା ପୁଝାରୀ, ଉତ୍କଳମଣି ଛତ୍ରିଆ ଓ ବଂଶୀଧର ରଣା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

14 − 2 =

error: Content is protected !!