pakka

ରାଉରକେଲା ମହାବିଦ୍ୟାଳୟର ‘ବାର୍ଷିକ ଉତ୍ସବ’ ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଶିକ୍ଷା ବର୍ଷ ପାଇଁ ‘ବାର୍ଷିକ ଉତ୍ସବ’ ଏବଂ ‘ବାର୍ଷିକ ନାଟ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍‌ଆଇଟି ପ୍ରଫେସର ଡ. ଜ୍ଞାନ ରଂଜନ ସେନାପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବ ‘ସଭା ପର୍ବ’, ‘ସମ୍ବର୍ଦ୍ଧନା ପର୍ବ’, ‘ପୁରସ୍କାର ପର୍ବ’, ‘ନାଟ୍ୟ ପର୍ବ’ ଓ ‘ସାଂସ୍କୃତିକ ପର୍ବ’ ସହ ପାଞ୍ଚ ପର୍ବ ବିଶିଷ୍ଟ ଥିଲା । ସଭା ପର୍ବକୁ ଅଧ୍ୟାପିକା ରଶ୍ମି ପ୍ରଭା ମଥାନ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ କବିତା ହରିପାଲ, ଦୀପିକା ବାଗେ, ଅନୁଶ୍ରୀ ଦାଶ, ମନସ୍ପୀ ଜେନା, ସଙ୍ଗୀତା ବେହେରା ଏବଂ ଲକ୍ଷ୍ମୀ ସାମନ୍ତ । ଡ. ରବୀନ୍ଦ୍ର କୁମାର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ବନବିହାରୀ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ । ଯୁକ୍ତ ୨ ସାଂସ୍କୃତିକ ପରିଷର ଉପସଭାପତି ଅଧ୍ୟାପିକା ଭାରତୀ ବରୱା ଏବଂ ଯୁକ୍ତ ୩ ନାଟ୍ୟ ପରିଷଦର ଉପସଭାପତି ଅଧ୍ୟାପିକା ରଶ୍ମିପ୍ରଭା ମଥାନ ନିଜ ନିଜ ବିଭାଗୀୟ ବାର୍ଷିକ ବିବରଣୀ ପାଠ କରିଥିଲେ । ‘ସଭା ପର୍ବ’କୁ ସହଯୋଗ କରିଥିଲେ ପ୍ରାଧ୍ୟାପିକା ତପସ୍ୱିନୀ ମିଶ୍ର, ଅଧ୍ୟାପିକା ବୈଜୟନ୍ତି ବାରିକ, ଅଧ୍ୟାପକ ମନୋଜ କୁମାର ଦଳେଇ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ । ‘ସମ୍ବର୍ଦ୍ଧନା ପର୍ବ’ରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର, ମୁଖ୍ୟ ବକ୍ତା ଡ. ଶ୍ରୀ ସେନାପତିଙ୍କୁ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ରଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ ନାଟ୍ୟ ନିର୍ଦ୍ଦେଶକ ପଞ୍ଚାନନ ପାତ୍ର । ବିଭିନ୍ନ ପରିଷଦ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏହି ପର୍ବକୁ ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ ସଂଚାଳିତ କରିଥିବା ବେଳେ ସହଯୋଗ କରିଥିଲେ ଅଧ୍ୟାପିକା ବନ୍ଦନା ସୋରେଙ୍ଗ, ଅଧ୍ୟାପିକା ମୌସୁମୀ ଦାସ, ଅଧ୍ୟାପିକା ଅନାମିକା କୁଲ୍ଲୁ ଏବଂ ଅଧ୍ୟାପକ ଅନୁପ ଏକ୍କା । ‘ନାଟ୍ୟ ପର୍ବ’ରେ ନାଟ୍ୟକାର ଚିନ୍ତାମଣି ଜେନା, ଉପଦେଷ୍ଟା ବିଜୟ ଭୋଳ, ପଞ୍ଚାନନ ପାତ୍ର ନିର୍ଦ୍ଦେଶିତ ନାଟକ ‘କୋକୁଆ’ ମଞ୍ଚସ୍ଥ ହୋଇଥିଲା । ଏଥିରେ ସ୍ମୃତି ଶିଖା ନାୟକ ଶ୍ରେଷ୍ଠ ନାରୀ ଅଭିନେତ୍ରୀ, ଗିରିଜା ଶଙ୍କର ସ୍ୱାଇଁ ଶ୍ରେଷ୍ଠ ପୁରୁଷ ଅଭିନେତା, ସୁବ୍ରତ ନାୟକ ପାର୍ଶ୍ଵ ପୁରୁଷ ଅଭିନେତା, ଅନିତା ଜଗଦ୍ଦେବ ପାର୍ଶ୍ଵ ନାରୀ ଅଭିନେତ୍ରୀ ଭାବରେ ପୁରସ୍କୃତ ହୋଇଥିଲେ । ସହଯୋଗ କରିଥିଲେ ଅଧ୍ୟାପକ ଅଜିତ କୁମାର ବେକ, ଅଧ୍ୟାପକ ତରଣୀ ନାୟକ, ବିକ୍ରମ ସାହୁ, ରାଜଦୀପ ସୋରେନ, ସ୍ୱପ୍ନାମୟୀ ହୋତା, ମମତା ନାୟକ, ଶର୍ମିଷ୍ଠା ସିଂ । ଅଧ୍ୟାପକ ଅନିଲ କୁମାର ରାମ ଏବଂ ଅଧ୍ୟାପିକା ସସ୍ମିତା ଜେନା ‘ସାଂସ୍କୃତିକ ପର୍ବ’କୁ ସଂଯୋଜନା କରିଥିଲେ । ଏଥିରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ଜିତେନ୍ଦ୍ର କୁମାର ଡାକୁଆ, ଅଧ୍ୟାପକ ସନ୍ତୋଷ ରଜାକ ତଥା ସ୍ୱେଚ୍ଛାସେବୀ ସାହିଲ ଶେଖର ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି, ସ୍ୱିଟି ପଟ୍ଟନାୟକ, ଗୋପାଳକୃଷ୍ଣ ଦାଶ, ହିମାଂଶୁ ନାୟକ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଲିପ୍ସା ବଳିଆରସିଂହ, ପ୍ରିୟଙ୍କା ସ୍ୱାଇଁ, ଅଜୟ ଗୌଡ, ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ସୁଶ୍ରୀ ରେଖା ବେହେରା, ଦେବସ୍ମିତା ଦାସ, ପ୍ରକାଶ ଓଝା, ରଶ୍ମିତା ବାହାଦୁର, ସରସ୍ୱତୀ ସାହୁ, ବିଶାଳ କୁମାର ରାମ, ହିମାଂଶୁ ନାୟକ, ରାହୁଲ ସାଗର, ଶୁଭମ ଲୋହାର, ମନମୋହନ ଦାସ ପ୍ରମୁଖ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × one =

error: Content is protected !!