csstore

ସାନ-ଆର୍ଯ୍ୟପଲ୍ଲୀ ଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଉପରେ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ-ଆର୍ଯ୍ୟପଲ୍ଲୀ, ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରିଲାଏନ୍ସ ଫାଉଣ୍ଡେସନ, ପ୍ରେମ ଓ ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଞ୍ଜାମଙ୍କ ମିଳିତ ଆନୁକୂଲ୍ୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅବନୀକାନ୍ତ ଭୂୟାଁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସ୍ଥାନୀୟ ସ୍ୱେଚ୍ଛାସେବୀ ହିଁ ବିପର୍ଯ୍ୟୟ ପ୍ରଶମିତ କରିପାରିବେ ବୋଲି କହିଥିଲେ ଓ ଏହାର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ସରକାରଙ୍କର ଆଭିମୂଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ରିଲାଏନ୍ସ ଫାଉଣ୍ଡେସନର ଦିବ୍ୟକାନ୍ତ ନାୟକ, ପ୍ରଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ବିଶ୍ୱରଂଜନ କୁଅଁର ମୁଖ୍ୟ ପ୍ରଶିକ୍ଷକ ବେସାମରିକ ପ୍ରତିରକ୍ଷା, ଭୁବନେଶ୍ୱର, ଓଡ଼ିଶା ବିପର୍ଯ୍ୟୟ ସମୟରେ ମୁକାବିଲା ପାଇଁ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ କୌଶଳର ପ୍ରଶିକ୍ଷଣ ଦେଇଥିଲେ । ତ୍ରିଲୋଚନ ବେହେରା ସ୍ଥାନୀୟ ସରପଞ୍ଚ, ବି ଭୀମସେନ, ପୂର୍ବତନ ସମିତି ସଭ୍ୟ, ଜନ ଗୋପାଲ ସେକ୍ରେଟାରୀ, ଏମ୍ କାମରାଜୁ ପ୍ରେସିଡେଣ୍ଟ, ଜି କାମରାଜୁ, କୋଷାଧ୍ୟକ୍ଷ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଦିଲ୍ଲୀପ ପ୍ରଧାନ, ବିପର୍ୟ୍ୟୟ ପ୍ରଶିକ୍ଷଣ, ଗଂଜାମ ଜିଲ୍ଲା ମୁଖ୍ୟ ପ୍ରଶାନ୍ତ ପଣ୍ଡା, ଗଂଜାମ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମାନସ କୁମାର ବେହେରା, ସୁବୋଧ ନାୟକ, ବରିଷ୍ଠ କର୍ମକର୍ତ୍ତା, ପ୍ରେମ ଆଦି ଅଂଶ ଗ୍ରହଣ କରି ଉକ୍ତ କାର୍ୟ୍ୟକ୍ରମକୁ ସୂଚାରୁରୂପେ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ୪୫ଜଣ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରି ବିଭିନ୍ନ ବିପର୍ଯ୍ୟୟ ସମୟରେ ମୁକାବିଲାର ତାଲିମ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଭୂୟସୀ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.